ଆଣ୍ଟିଜେନ୍ ପରୀକ୍ଷଣ, ତୁଣ୍ଡାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଁଚିଲା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପଞ୍ଚାୟତ ସମିତି ପକ୍ଷରୁ ବିଭିନ୍ନ ସ୍ଥାନରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହେଉଛି । ବୁଧବାର ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା ୟୁଜିଏମଇ ସ୍କୁଲରେ ଅନୁଷ୍ଠିତ ପରୀକ୍ଷଣ ଶିବିରରେ ୪୦ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୨ ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ତୁଣ୍ଡାରେ ୧୦, ଅରଞ୍ଜିରେ ୧ ଓ ରାମକୃଷ୍ଣପୁରରେ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ୫ ଜଣ ଏବଂ ପୂର୍ବରୁ ଜଣେ ଆକ୍ରାନ୍ତଙ୍କୁ ମିଶାଇ ତୁଣ୍ଡାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଂଚିଛି । ସରପଞ୍ଚ ରଞ୍ଜନ କୁମାର ସାହୁ, ଜି.ପି.ନୋଡାଲ ଅଫିସର ଅଭୟ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ସୁପରଭାଇଜର ସୁଶାନ୍ତ କୁମାର ରାଉତରାୟ, ସ୍ୱାସ୍ଥ୍ୟ କର୍ମୀ ରାଧାରାଣୀ ଦାସ, ଅନିମେଶ ଶୁକ୍ଳା, ପ୍ରିୟବ୍ରତ ଦେହୁରୀ, ସୁପ୍ରଭା ସ୍ୱାଇଁ, ଜଗନ୍ନାଥ ଲେଙ୍କା, ଆଶା କର୍ମୀ ସତ୍ୟଭାମା ରାଉତ, ଅଙ୍ଗନୱାଡି କର୍ମୀ ପଦ୍ମାବତୀ ଜେନା ପରୀକ୍ଷଣ ଦାୟୀତ୍ୱ ସଂପାଦନ କରିଥିଲେ । ସେହିପରି ଆଜି ଶ୍ରୀରାମପୁର ଠାରେ ୫୦ ଜଣଙ୍କର ସ୍ୱାବ୍ ନମୁନା ନିଆଯାଇଛି । ଗତ ୧୩ ତାରିଖରେ ମାର୍କଣ୍ଡପୁର ଠାରେ ୪୭ ଜଣଙ୍କର ସ୍ୱାବ୍ ନମୁନା ନିଆଯାଇଥିବା ବେଳେ ସେଥିମଧ୍ୟରୁ ୭ ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ