ୟୁରୋପିୟାନ ଟୁରର ୧୦ମ ବର୍ଷରେ ପ୍ରବେଶ କରିଛି

ହିରୋ ୱମେନସ୍ ଇଣ୍ଡିଆନ ଓପନ- ଦେଶର ସବୁଠାରୁ ବଡ ପେଷାଦାର ମହିଳା ଗଲ୍ଫ ପ୍ରତିଯୋଗୀତା – ୨୦୧୯ ସଂସ୍କରଣ ସହିତ ପ୍ରତିଷ୍ଠିତ ଲେଡିଜ ୟୁରୋପିୟାନ ଟୁରରେ ଏହାର ୧୦ମ ବର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇଛି । ଅକ୍ଟୋବର ୩-୬, ୨୦୧୯ରୁ ଗୁରୁଗାଁ ରେ ଡିଏଲଏଫ ଗଲ୍ଫ ଏବଂ କଂଟ୍ରି କ୍ଲବର ଗେରୀ ପ୍ଲେୟାର ଲେଆଉଟ ରେ ହିରୋ ୱମେନସ୍ ଇଣ୍ଡିଆନ ଓପନ ଆୟୋଜନ କରାଯାଉଛି । ୨୦୦୭ରେ ଆରମ୍ଭ ହୋଇଥିବା ୟୁଏସ ଽ୫୦୦,୦୦୦ର ପୁରସ୍କାର ରାଶିର ଟୁର୍ଣ୍ଣାମେଂଟ ୨୦୦୯ରେ ଲେଡିଜ ୟୁରୋପିୟାନ ଟୁରର ଏକ ଅଂଶ ହୋଇଗଲା ଏବଂ ତା’ପର ଠାରୁ ବର୍ଷ ପରେ ବର୍ଷ ନିଜର ସମ୍ମାନ ବୃଦ୍ଧି କରିଚାଲିଛି । ଦ୍ୱିତୀୟ ଲଗାତାର ବର୍ଷ ପାଇଁ ବିଶ୍ୱ ସାରା ଲାଇଭ ଟେଲିକାଷ୍ଟ ହେବାକୁ ଥିବା ହିରୋ ୱମେନସ୍ ଇଣ୍ଡିଆନ ଓପନ ୭୨ରୁ ଅଧିକ ଗାତରେ ଚାରି ଦିନ ପର୍ଯ୍ୟନ୍ତ ଖେଳାଯିବ । ହିରୋ ଇଣ୍ଡିଆନ ଓପନ ୨୦୧୯ରେ ଡିଫେଣ୍ଡିଙ୍ଗ ଚାମ୍ପିୟନ, ୟୁକେର ବେକୀ ମର୍ଗନ ଏବଂ ୨୦୧୭ର ବିଜେତା ଫ୍ରାନ୍ସର କମିଲ ସେଭଲିୟର ଆଦି ଅନ୍ତଃରାଷ୍ଟ୍ରୀୟ ପ୍ରତିଯୋଗୀ ସାମିଲ ହେଉଛନ୍ତି । ଟୁର୍ଣ୍ଣାମେଂଟ ପାଇଁ ଖେଳାଳିମାନଙ୍କର ଏଂଟ୍ରି ଅଜାଡି ହେବାରେ ଲାଗିଛି ଏବଂ ମଇଦାନରେ ବର୍ତମାନର କ୍ୟାପ୍ଟେନ କେଟ୍ରିନା ମେଥ୍ୟୁ ଏବଂ ସୋଲହାଇମ କପ ଖେଳାଳିମାନଙ୍କ ସହିତ ପୁଣି ଥରେ ଏକ ମଜଭୁତ ଫିଲ୍ଡର ସୁଚନା ମିଳୁଛି । ଏଂଟ୍ରି ୱିଣ୍ଡୋ ବନ୍ଦ ହେବା ପୂର୍ବରୁ ଅନେକ ସମୟ ଥିବା ଯୋଗୁଁ ଫିଲ୍ଡ ଅଧିକରୁ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ମିଷ୍ଟର ଭରତେନ୍ଦୁ କବି, କର୍ପୋରେଟ ଯୋଗାଯୋଗ – ମୁଖ୍ୟ, ହିରୋ ମୋଟୋକର୍ପ, କହିଲେ, “ବିଗତ କିଛି ବର୍ଷ ହେଲା ଭାରତରେ ଗୁଣବତା ଖେଳାଳି ଏବଂ ଟୁର୍ଣ୍ଣାମେଂଟ ସଂଖ୍ୟାରେ ମହିଳା ଗଲ୍ଫ ଅତିଶୟ ବୃଦ୍ଧିର ସାକ୍ଷୀ ରହିଛି । ଅନ୍ତରାଷ୍ଟ୍ରୀୟ ଟୁରରେ ଭାରତରୁ ମହିଳା ଗଲ୍ଫର ସେମାନଙ୍କର ଉପସ୍ଥିତି ବର୍ତମାନ ସୁଧା ଜାହିର କରିସାରିଛନ୍ତି ଏବଂ ଭବିଷ୍ୟତ ଅତ୍ୟନ୍ତ ଆଶା ଜନକ ଜଣାପଡୁଛି । ଦୁଇ ଦଶନ୍ଧି\nହେଲା ସାରା ବିଶ୍ୱରେ ସ୍ପୋର୍ଟ୍ସକୁ ସମର୍ଥନ ଦେଇ ଆସିବା ପରେ ହିରୋ ମୋଟୋକର୍ପରେ ଗଲ୍ଫର ଏହି ବୃଦ୍ଧି\ ଦେଖି ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ । ହିରୋ ୱମେନସ୍ ଇଣ୍ଡିଆନ ଓପନ ଭଳି ଟୁର୍ଣ୍ଣାମେଂଟ ଏହି ବୃଦ୍ଧିର ଏକ ପ୍ରମୁଖ ପ୍ରବର୍ତକ ଭାବେ ପ୍ରମାଣିତ ହୋଇଛି ଏବଂ ଆମେ ଆଶା କରୁଛୁ ଯେ ସ୍ପୋର୍ଟ୍ସକୁ ଏକ\nପସନ୍ଦୀୟ କ୍ୟାରିୟର ଭାବରେ ନେବା ପାଇଁ ଅଧିକ ଉଦୟମାନ ଗଲ୍ଫର ଟୁର୍ଣ୍ଣାମେଂଟ ପ୍ରେରଣା ଦେବ । ଏହି ଟୁର୍ଣ୍ଣାମେଂଟକୁ ଏବଂ ଭାରତରେ ମହିଳା ଗଲ୍ଫକୁ ବିଗତ ଏକ ଦଶନ୍ଧି ଧରି ସମର୍ଥନ ଦେଇ ଆସିଥିବା ଲେଡିଜ୍ ୟୁରୋପିୟାନ ଟୁରକୁ ଆମେ ଧନ୍ୟବାଦ ଦେଉଛୁ ।” ମିଷ୍ଟର ମାର୍କ ଲିତେନିନ, ଲେଡିଜ୍ ୟୁରୋପିୟାନ ଟୁରର ମୁଖ୍ୟ କାର୍ଯ୍ୟକାରୀ ଅଫିସର, କହିଲେ, “ହିରୋ ୱମେନସ୍ ଇଣ୍ଡିଆନ ଓପନରେ ଆମର ଦୀର୍ଘ-କାଳୀନ ସଂପୃକ୍ତି ପାଇଁ ଲେଡିଜ୍ ୟୁରୋପିୟାନ\nଟୁର ଅତ୍ୟନ୍ତ ଗର୍ବିତ ଏବଂ ହିରୋ ମୋଟୋକର୍ପ ଏବଂ ଡବ୍ଲ୍ୟୁଜିଏଆଇ ର ବିଗତ ୧୦ବର୍ଷ ଏବଂ ଆଗକୁ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଏଲଇଟି ତରଫରୁ ମୁଁ ସେମାନଙ୍କୁ ମୋର ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି । ଏହି ରୋମାଂଚକର ସ୍ପୋର୍ଟ୍ସକୁ ପ୍ରସ୍ତୁତ କରିବା ପାଇଁ ଉଭୟ ସ୍ଥାନୀୟ ଏବଂ ବିଶ୍ୱ-ବ୍ୟାପୀ ଆଦର୍ଶ\nପ୍ଲାଟଫର୍ମ ପ୍ରଦାନ କରୁଥିବା ଚାମ୍ପିୟନଶିପର ବର୍ଦ୍ଧିତ ପ୍ରୋଫାଇଲ ଏବଂ ସ୍ଥିତିରେ ଯୋଗଦାନ କରିବା ପାଇଁ ସକ୍ଷମ ହୋଇଥିବାରୁ ଆମର ସଦସ୍ୟ ମାନେ ପ୍ରସନ୍ନ ହୋଇଛନ୍ତି । ” nୱମେନସ୍ ଗଲ୍ଫ ଆସୋସିଏସନ୍ ଅଫ ଇଣ୍ଡିଆର ଅଧ୍ୟକ୍ଷ, ଶ୍ରୀମତୀ କବିତା ସିଂହ, କହିଲେ, “ୱମେନସ୍ ଗଲ୍ଫ ଆସୋସିଏସନ୍ ଅଫ ଇଣ୍ଡିଆ ଆମର ଟାଇଟଲ ପ୍ରାୟୋଜକ ହିରୋ ମୋଟୋକର୍ପ ଲିମିଟେଡର ସମର୍ଥନରେ ହିରୋ ୱମେନସ୍ ଇଣ୍ଡିଆନ ଓପନ ର ୧୩ତମ ସଂସ୍କରଣ ପ୍ରସ୍ତୁତ କରୁଥିବାରୁ ଗର୍ବ ଅନୁଭବ କରୁଛି । ବର୍ଷକୁ ବର୍ଷ ଏହି କାର୍ଯ୍ୟକ୍ରମ ଏବଂ ହିରୋ ୱମେନସ୍ ପ୍ରଫେସନାଲ ଗଲ୍ଫ ଟୁରର ବର୍ଦ୍ଧନ ଦେଖିବା ଏବଂ ଭାରତୀୟ ଖେଳାଳିମାନେ ଭଲ କରୁଥିବା ଦେଖି ଆମକୁ ବହୁତ ପ୍ରୋତ୍ସାହନ ମିଳୁଛି । ଗତ ବର୍ଷର ପୁରସ୍କାର ରାଶିରେ ବୃଦ୍ଧି ଏବଂ ଏହାର ବିଶ୍ୱବ୍ୟାପୀ ଲାଇଭ୍ ଟେଲିକାଷ୍ଟ ସହିତ ହିରୋ ୱମେନସ୍ ଇଣ୍ଡିଆନ ଓପନ, ଲେଡିଜ୍ ୟୁରୋପିୟାନ ଟୁରରେ ଏକ ପ୍ରକୃତ ଗୁରୁତ୍ୱ ପୁର୍ଣ୍ଣ ଘଟଣା ହୋଇଯାଇଛି । ହିରୋ ମୋଟୋକର୍ପ, ଲେଡିଜ୍ ୟୁରୋପିୟାନ ଟୁର ଏବଂ ଅନ୍ୟାନ୍ୟ ଅନେକ ପ୍ରାୟୋଜକ ଓ ଶୁଭେଛୁ ମାନଙ୍କୁ ସେମାନଙ୍କର ନିରନ୍ତର ସମର୍ଥନ ପାଇଁ ଡବ୍ଲ୍ୟୁଜିଏଆଇ ତରଫରୁ ମୁଁ ସେମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ।” ଭାରତୀୟ ମହିଳା ଗଲ୍ଫର ମାନଙ୍କ ପାଖରୁ ସବୁବେଳେ ଏକ ଶକ୍ତିଶାଳୀ ପ୍ରଦର୍ଶନ ହିରୋ ୱମେନସ୍ଇ ଣ୍ଡିଆନ ଓପନ ଦେଖିଆସିଛି । ଏହା ଅସଂଖ୍ୟ ଆମେଚୁଅରଙ୍କ ଉଦ୍ଭବକୁ ପ୍ରେରଣା ଯୋଗାଇଛି ଯେଉଁମାନେ ବର୍ତମାନ ହିରୋ ୱମେନସ୍ ପ୍ରୋ ଗଲ୍ଫ ଟୁର ଭଳି ଘରୋଇ ଟୁରରେ ପେଷାଦାର ମାନଙ୍କ ସହିତ ଖେଳୁଛନ୍ତି । ଉଦାହରଣ ସ୍ୱରୂପ, ନିକଟରେ ୨୦୧୯ ସାଉଥ ଆଫ୍ରିକାନ ୱମେନସ୍ ଓପନ ମାର୍ଚ୍ଚରେ ଜିତିବା ସହିତ ଦୀକ୍ଷା ଡାଗର, ଆଦିତି ଅଶୋକଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଲେଡିଜ୍ୟୁ ରୋପିୟନ ଟୁର ଜିତିଛନ୍ତି । ବାଣୀ କାପୁର ଭଳି ମଧ୍ୟ ଅନେକ ଅଛନ୍ତି ଯେଉଁମାନେ ନିକଟ ଅତୀତରେ ଶୀର୍ଷ- ୧୦ରେ ରହିଥିଲେ; ଗୌରିକା ବିଷ୍ଣୋଇ ୨୦୧୮ରେ ସାନ୍ଦାର ପ୍ରଦର୍ଶନ କରିଥିଲେ; ତ୍ୱେସାମଲିକ ଏବଂ ରିଦ୍ଧିମା ଦିଲୱାରି । ହିରୋ ଅର୍ଡର ଅଫ ମେରିଟ ରେ ଗୌରିକା ନେତୃତ୍ୱ ମଧ୍ୟ ନେଇଛନ୍ତି । ପୂର୍ବତନ ଏଲଇଟି ଅର୍ଡର ଅଫ ମେରିଟ ବିଜେତା ବେଥ ଏଲନ ଏବଂ ବେକୀ ବୃଅର୍ଟନ ଅନ୍ୟାନ୍ୟ ପ୍ରମୁଖ ଅନ୍ତରାଷ୍ଟ୍ରୀୟ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି । ମେଘେନ ମେକଲେରେନ, ମେରିଆନ ସ୍କାର୍ପ୍ନୋର୍ଡ, କେନ୍ୟଲାକ ପ୍ରିଡାସୁଟିଡେଟ, ଏଷ୍ଟ୍ରିଡ ୱାଇଶନ ଦି ପୃଡେନ, ଫ୍ଲୋରେଂଟିନା ପାର୍କର ଏବଂ ଲିଣ୍ଡା ୱେସବର୍ଗ ଭଳି ଏଲଇଟି ବିଜେତା ମାନେ ମଧ୍ୟ ମଇଦାନରେ ଅବତୀର୍ଣ୍ଣ ହେବେ ।ଘରୋଇ ଟୁରରୁ ଭାରତୀୟ ତାରକା ଏବଂ ପ୍ରମୁଖ ଆମେଚୁଅର ମଧ୍ୟ ଫିଲ୍ଡରେ ସାମିଲ ହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ