ହତ୍ୟାକାରୀ ନାତି ଗିରଫ ହେଲେ

ସାନଖେମୁଣ୍ଡି ,(ପଦ୍ମ ଲୋଚନ ପାଣିଗ୍ରାହୀ ): ସାନଖେମୁଣ୍ଡି ପାଟପୁରା ଥାନା ଅନ୍ତର୍ଗତ ଏସ.ଗୋପାଳପୁର ପଞ୍ଚାୟତର ପ୍ରତାପଗିରି ଗ୍ରାମରେ ଜଣେ ବୃଦ୍ଧଙ୍କୁ କୋଠ ମଣ୍ଡପ ଠାରେ ସୋଇଥିବା ଅବସ୍ଥାରେ ହତ୍ୟା କରାଯାଇଥିବା ଘଟଣାର ଫର୍ଦାଫାଶ ହୋଇଛି | ସୂଚନା ଅନୁଯାୟୀ ଘଟଣନାରୁ ଜଣାପଡିଛି ,ସାନ ପୁଅର ସ୍ତ୍ରୀ ର ଚରିତ୍ର ଉପରେ ମୃତ ଖରୀଡା ପାତ୍ର ସନ୍ଦେହ କରିବା ସହ ବଡ ପୁଅକୁ ଆର୍ଥିକ ସହାୟତା ଯୋଗାଇବାକୁ ନେଇ ବିଭିନ୍ନ ପାରିବାରିକ ଝଗଡା ଲାଗି ରହୁଥିଲା | ତା ସହ ଜମିବାଡ଼ି ବିବାଦକୁ ନେଇ ମଧ୍ୟ କଳହ ଲାଗି ରହିଥିଲା | ଏହି କଳହ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଥିଲା ,ଏହି ସମୟରେ ସାନ ପୁଅର ପୁଅ (ଆର.ସନ୍ତୋଷ ପାତ୍ର ) ନିଜ ଜେଜେବାପା ଖରୀଡା ପାତ୍ର କୋଠ ମଣ୍ଡପ ଉପରେ ସୋଇଥିବା ବେଳେ ଆମାନୁଷିକ ଭାବେ ହତ୍ୟା କରିଥିଲେ | ଏନେଇ ପାଟପୁର ଥାନାରେ ଆର .ଭୀମ ପାତ୍ର ଏତେଲା ଦେଇଥିଲେ | ଏହା ପରେ ପାଟପୁର ଥାନା ଏକ ମାମଲା ରୁଜୁ କରିଥିଲା ,ସୂର୍ଯ୍ୟମଣି ପ୍ରଧାନ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା | କିଛି ଦିନର ବ୍ୟବଧାନ ପରେ ଘଟଣାର ଅଭିଯୁକ୍ତ ଆଜି ଧରା ପଡିଛି ବୋଲି ପାଟପୁର ଥାନା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଦ୍ୟକ୍ଷକ ବିଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି | ଅଭିଯୁକ୍ତ ଙ୍କୁ ଯଥା ଶୀଘ୍ର କୋଟ ଚାଲାଣ କରାଯିବ ବୋଲି ପାଟପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ