ଜୀବନଜ୍ୟୋତି ପରିଷଦ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ); କନ୍ଧମାଳ ଜିଲ୍ଲାରେ ଧିରେ ଧିରେ କରୋନା କାୟା ବିସ୍ତାର କରି ଚାଲିଛି। ଗତ କିଛିଦିନ ହେଲା କନ୍ଧମାଳ ଜିଲ୍ଲା ତଥା ବାଲିଗୁଡା ଅଂଚଳରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନେଇ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ବାରଖମା ସ୍ଥିତ ଜୀବନଜ୍ୟୋତି ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ପ୍ରୟାସ। ପରିଷଦର ସଦସ୍ୟମାନେ ଘରକୁ ଘର ବୁଲି ଆରମ୍ଭ କରିଛନ୍ତି କରୋନା ଉପରେ ସଚେତନତା। ଜୀବନଜ୍ୟୋତି ପରିଷଦର ସଭାପତି ରଜନିକାନ୍ତ ଦିଗାଳଙ୍କ ନେତୃତ୍ୱରେ ସାମାଜିକ ଦୁରତା ବଜାଇ ରଖିବା ସହ ମୁହଁରେ ମାକ୍ସ ପରିଧାନ କରି ବାରଖମା ବଜାର ସମେତ ସାହି ସାହିକୁ ବୁଲିବୁଲି ଲୋକଙ୍କୁ ସଚେତନତା କରାଇଥିଲେ।ଏହି ସଚେତନତାରେ ଅଞ୍ଚଳବାସୀଙ୍କୁ କାମ ନଥିଲେ ଘରୁ ନବାହାରିବା, ଜରୁରି କାର‌୍ୟ୍ୟରେ ଘରୁ ବାହାରକୁ ଗଲେ ମୁହଁରେ ମାକ୍ସ ବ୍ୟବହାର କରିବା, ଦୋକାନ ଓ ବଜାରରୁ ସଉଦା ସାମଗ୍ରୀ କିଣିଲା ବେଳେ ସାମାଜିକ ଦୁରତ୍ୱ ରକ୍ଷା କରିବା, ଥଣ୍ଡା,ଖାସ ଓ ଜ୍ୱର ଆଦି ହେଲେ ତୁରନ୍ତ ମେଡିକାଲକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଭଳି ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ। ସେହିଭଳି ହାତକୁ ବାରମ୍ବାର ସାବୁନରେ ଦୋଇବା , ଭୋଜିଭାତ ବୈଠକରୁ ଦୁରେଇ ରହିବା ସହିତ ଯେତେଦୁର ସମ୍ଭବ ଘରମ ଖାଦ୍ୟ ଖାଇବା ଆଦି ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଅବସରରେ ପରିଷଦର ସଦସ୍ୟମାହେନ ମାକ୍ସ ବଣ୍ଟନ କରିବା ସହିତ ବୃଦ୍ଧବୃଦ୍ଧା ମାନଙ୍କୁ ମାକ୍ସ ବ୍ୟବହାର କରିବା ଓ ଏହାର ଉପକାରିତା ଉପରେ ମଧ୍ୟ ସଚେତନ କରାଇଥିଲେ। ଅନୁଷ୍ଠାନର ସଭାପତିଙ୍କ ସମେତ ସମ୍ପାଦକ ପରମାନନ୍ଦ ନାୟକ ଓ ସଦସ୍ୟ ଜୀବନ ବଚନ ନାୟକ, ହେବଲ ଦିଗାଲ, ଖ୍ରୀଷ୍ଟଦାସ ଦିଗାଲ, ହର୍ତାକ୍‍ ଦିଗାଲ ଓ ଅନ୍ୟ ସଦସ୍ୟମାନେ ସାମିଲ୍‍ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ