କନ୍ଧମାଳରେ ପ୍ରବଳ ବର୍ଷା;ସାଲୁଙ୍କି ନଦୀରେ ପ୍ରଥମ ବନ୍ୟା ଜଳ ପ୍ରଭାବିତ

ପାହାଡ ତଳ ଲୋକଙ୍କୁ ନିରାପଦ ଜାଗାକୁ ଯିବାକୁ ସତର୍କ କରାଇଲା ପ୍ରଶାସନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ମୌସୁମୀ ଜନିତ ଲଗାଣ ପ୍ରବଳ ବର୍ଷା ଲାଗି ରହିଛି। ଗତକାଲିଠାରୁ ବର୍ଷା ଲାଗି ରହିଥିବା ବେଳେ ଏହା ସାଧାରଣ ଧନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଜିଲ୍ଲାରେ ସମୁଦାୟ ୮୫୫ ମିଲିମିଟର ବର୍ଷା ହୋଇଛି। ଆଭରେଜ ବର୍ଷା ହେଉଛି ୭୧.୩୧ ମିଲିମିଟର। ଫିରିଙ୍ଗିଆ ବ୍ଳକରେ ସର୍ବାଧିକ ୧୬୨.୬ ମିଲିମିଟର ବର୍ଷା ହୋଇଥିବା ବେଳେ କୋଟଗଡ ବ୍ଲକରେ ସର୍ବନିମ୍ନ ମାତ୍ର ୧୦ ମିଲିମିଟର ବର୍ଷା ହୋଇଛି। ଫୁଲବାଣୀରେ ୧୩୨,ବାଲିଗୁଡାରେ ୯୬,ଚକାପାଦରେ ୯୦, ଟିକାବାଲିରେ ୮୬,ରାଇକିଆରେ ୭୦, ଜି.ଉଦୟଗିରିରେ ୬୨.୪,କେ.ନୂଆଗାଁରେ ୫୫.୨,ଖଜୁରୀପଡାରେ ୩୨.୬,ଦାରିଙ୍ଗବାଡିରେ ୩୧,ତୁମୁଡିବନ୍ଧ ବ୍ମକରେ ୨୮ ମିଲିମିଟର ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁ ସାଲୁଙ୍କି ନଦୀରେ ପ୍ରଥମ ବନ୍ୟା ପାଣି ଆସିଛି। ଫୁଲବାଣୀ ସହର ପାଖ ଦେଇ ଯାଇଥବା ସାଲୁଙ୍କି ନଦୀରେ ବନ୍ୟା ଆସିବା ଫଳରେ ଡାକପଲା ବନ୍ଧ ଉପରେ ଅଧିକ ପାଣି ପ୍ରଭାବିତ ହୋଇଛି। ଯାହା ଫଳରେ ଯୋଗାଯୋଗ ବିଛନ୍ନ ହୋଇ ପଡିଛି। ଏପାଖ ଲୋକ ସେପଟକୁ ଯାଇ ପାରୁ ନାହାନ୍ତି କି ସେପଟ ଲୋକମାନେ ଏପଟକୁ ଆସି ପାରୁ ନାହାନ୍ତି।ଏହି ବନ୍ଧରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ବହୁବର୍ଷ ହେଲା ଦାବି କରି ଆସୁଛନ୍ତି। ହେଲେ ଅଧିକ ବ୍ୟୟ ହେବା କହି ପ୍ରଶାସନ ଧରାଛୁଆଁ ଦେଉ ନଥିବା ସମାଜସେବୀ ବ୍ରହ୍ମା ବେହେରା କହିଛନ୍ତି। ବନ୍ଧରେ ସ୍ଥାୟୀ ପୋଲ ନିର୍ମାଣ ହେଉ ନଥିବାରୁ ବର୍ଷାଦିନେ ସାଲୁଙ୍କି ନଦୀରେ ବନ୍ୟା ଆସିଲେ ହଜାରହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ନିର୍ମାଣ ଦାବିରେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ସଜବାଜ ହେଉଥିବା ବେଳେ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଚି। ଲଗାଣ ବର୍ଷା ଲାଗି ରହିଥିବା ବେଳେ ପାଡାଡ ତଳେ ବସବାସ କରୁଥିବା ଲୋକଙ୍କୁ ନିରାପଦ ଜାଗାକୁ ଉଠି ଯିବାକୁ ପ୍ରଶାସନ ସତର୍କ କରାଇ ଦେଇଛି।ନେଇ ଆଜି ଡାକବାଜି ଯୋଗେ ପ୍ରଚାର କରାଯାଇଛି। ବିଶେଷତଃ ନାରାୟଣୀ ପାହାଡ ଚତୁର୍ପାଶ୍ବରେ ବହୁ ଲୋକ ବେଆଇନ ଭାବେ ଘର କରି ବସବାସ କରୁଛନ୍ତି। ଗତବର୍ଷ ଜିଲ୍ଳାର ଦାରିଙ୍ଗବାଡି ଓ ଚକାପାଦରେ ଭୁସ୍ପଳନ ହୋଇ ପାହାଡ ଖସି ବହୁ କ୍ଷୟକ୍ଷତି ହୋଇଥିଲା। କେହି ଅବଶ୍ୟ ମୃତାହତ ହୋଇ ନଥିଲା। ଏବେ ଲଗାଣ ବର୍ଷା ଲାଗି ରହିଥିବାରୁ ବିପଦ ଟାଳିବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପ୍ରଶାସନ ପୂର୍ବରୁ ସେମାନଙ୍କୁ ସତର୍କ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ