ବନ୍ତ,(ଚାନ୍ଦିନୀ ମହାନ୍ତି) : ରବିବାର ବନ୍ତ ବ୍ଲକ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା ହୋଇଥିବା ବେଳେ ୨ ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ସେଥିମଧ୍ୟରୁ ପୁରୁଷଣ୍ଢ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଥିବା ବେଳେ ଅନ୍ୟ ଜଣେ ମହାନ୍ତିପଡା ପଞ୍ଚାୟତ ଅଧିନ କୁଣ୍ଡି ଗ୍ରାମର ବୋଲି ଜଣାଯାଇଛି ।