ନଦୀରେ ବୁଡି ଯୁବକ ମୃତ
ଗଂଜାମ ଜିଲ୍ଲା ବେଲଗୁଣ୍ଠା ବୋଡା ନଦୀରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ରାଜେନ୍ଦ୍ର ଲେଙ୍କା ବୋଲି ଜଣାପଡିଥିବା ବେଳେ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ଅଗଟଣ ଘଟିଛି । ଘର ଫେରିବା ପାଇଁ ନଦୀ ପାର ହେବା ସମୟରେନଦୀ ର ପ୍ରଖର ସ୍ରୋତରେ ଭାସି ଏକ ଗଭୀର ଗଣ୍ଡ ରେ ପଶିଯାଇଥିଲେ । ବେଲଗୁଣ୍ଠା ଦମକଳ ବାହିନୀ ପହଁଚି ନଦୀ ମଧ୍ୟ ରୁ ମୃତ ଯୁବକ କୁ ଉଦ୍ଧାର କରିଥିବା ବେଳେ ସଙ୍ଗେ ସଙ୍ଗେ ତାଙ୍କୁ ଭଞ୍ଜନଗର ମେଡିକାଲ କୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ