ଚା ବିକାଳିରୁ ପଦ୍ମଶ୍ରୀ ପୁରସ୍କାର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।
କୃଷି କ୍ଷେତ୍ରରେ ଅବଦାନ ପାଇଁ କମଳା ପୂଜାରୀ, ସମାଜସେବା ପାଇଁ ଦୈତାରୀ ନାୟକ ଓ ଡି.ପ୍ରକାଶ ରାଓଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି।
ଜୈବିକ ପଦ୍ଧତିରେ କୃଷି କାର‌୍ୟ୍ୟ କରି କୋରାପୁଟ ଜିଲ୍ଲାର କମଳା ପୂଜାରୀ ଦେଶ ଓ ବିଦେଶରେ ପୁରସ୍କୃତ ହୋଇଛନ୍ତି। ରାଜ୍ୟ ସରକାର ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି। କଟକରେ ଡି. ପ୍ରକାଶ ରାଓ ଚା’ ବିକ୍ରି କରନ୍ତି। ଏହା ସତ୍ତ୍ୱେ ସେ ଗରିବ ବସ୍ତି ପିଲାଙ୍କ ଶିକ୍ଷାର ଭାର ନିଜ କାନ୍ଧକୁ ନେଇଛନ୍ତି। ବର୍ଷ ବର୍ଷ ଧରି ସେ ଏମିତି ସେବାର ବ୍ରତୀ ହୋଇଛନ୍ତି।
ପାହାଡ଼ କାଟି କ୍ଷେତକୁ ପାଣି ଯୋଗାଇ ନେଇ ଦୈତାରୀ ନାୟକ ବହୁ ଚର୍ଚ୍ଚିତ ହୋଇଥିଲେ। ତାଙ୍କର ଏହି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିବେ ବେଳେ ଆଜି ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି।
ଆଜି ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀର, ବାସ୍କେଟ୍ବଲ୍ ଖେଳାଳି ପ୍ରଶାନ୍ତି ସିଂ ଓ ଫୁଟ୍ବଲ୍ ଖେଳଳି ସୁନୀଲ ଚ୍ଛେତ୍ରୀ ପ୍ରମୁଖଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ