ଦେଶୀ ଓ ବିଦେଶୀ ମଦ ଚାଲାଣ ବେଳେ୨ଜଣ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ସିଙ୍ଗିପୁର ଛକ ନିକଟରେ ପୋଲିସ ପକ୍ଷରୁ ୮୦ ଲିଟର ଦେଶୀ ମଦ ଜବତ ହୋଇଛି । ଏକ ସ୍କୁଟିରେ ଜଣେ ବ୍ୟକ୍ତି ବିଭୁଦାନ ପରିଚ୍ଛା ୮୦ ଲିଟର ଦେଶୀ ମଦ ଚୋରା ଚାଲାଣ କରୁଥିବାବେଳେ ତାଙ୍କୁ ପାରଳାଖେମୁଣ୍ଡି ପୋଲିସ ଥାନାର ଏସ୍‌.ଆଇ. ବିନାୟକ ମନ୍ତ୍ରୀ ସନ୍ଦେହରେ ପଚରା ଉଚରା କରି ଜବତ କରିଥିଲେ । ଏହି ମାମଲାଟିକୁ ଏ.ଏସ୍‌.ଆଇ ଲକ୍ଷ୍ମୀ ନାରାୟଣ ବେହେରା ତଦନ୍ତ କରୁଛନ୍ତି । ଏହି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଗଲା ଏ ନେଇ ୧୯୦/୨୦ରେ ଏକ ମାମଲା ରୁଜୁ ହୋଇଛି । ସେହିପରି ପୁରୁଣା ଫାୟର ଷ୍ଟେସନ ଛକ ଠାରେ ପୋଲିସ ଦ୍ୱାରା ୬୮ ଗୋଟି ବିଦେଶୀ ମଦ ବତୋଲ ଚୋରା ଚାଲାଣ ବେଳେ ଜବତ ହୋଇଛି । ଏହି ଘଟଣାରେ ପୂର୍ଣ୍ଣଚନ୍ଦ୍ର ବକ୍ସି ନାମ ଜଣେ ବ୍ୟକ୍ତି ବିଦେଶୀ ମଦ ଚୋରା ଚାଲାଣ କରୁଥିବାବେଳେ ତାଙ୍କୁ ଆଦର୍ଶ ଥାନା ପକ୍ଷରୁ ଗିରଫ କରାଯାଇଛି । ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୧୮୭/୨୦ରେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ