କ୍ୱାରାଣ୍ଟାଇନ୍ ସେଣ୍ଟରରେ ପ୍ରବାସୀ ମାନଙ୍କୁ ମିଳୁନି ପ୍ରୋତ୍ସାହନ ରାଶି

ବନ୍ତ,(ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାର କରୋନା ମହାମାରୀ ସମୟରେ ବିଦେଶ କିମ୍ବା ଅନ୍ୟ ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କ ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ୟବସ୍ଥା କରିବା ସହିତ ସମସ୍ତ ପ୍ରବାସୀ ମାନଙ୍କ ପାଇଁ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରିଥିଲେ । ମାତ୍ର ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ପଳାସଗଢିଆ ଆଦର୍ଶ ବିଦ୍ୟାଳୟ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଅବଧି ପୂରଣ କରିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ମିଳୁନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଘରପଦା ଗ୍ରାମର ଉତ୍ତମ କୁମାର ସାହୁ ଗତ ଜୁନ୍ ୧୩ରୁ ୨୬ ତାରିଖ ଏବଂ ସେହି ଗ୍ରାମର ଦେବାଶିଷ ସାହୁ ଗତ ମେ ୨୪ରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ପଳାସଗଢିଆ ଆଦର୍ଶ ବିଦ୍ୟାଳୟ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଅବଧି ପୂରଣ ପରେ ସେମାନଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା । ଏହା ମଧ୍ୟରେ ୨ ମାସ ବିତିବାକୁ ବସିଥିବା ବେଳେ ସଂପୃକ୍ତ ପ୍ରବାସୀ ଶ୍ରମିକ ମାନଙ୍କୁ ପ୍ରୋତ୍ସାହନ ରାଶି ମିଳିନଥିବା ଅଭିଯୋଗ ହୋଇଛି । ଏସଂପର୍କରେ ଉଭୟ ପ୍ରବାସୀ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ