ବିଷ ପାନକରି ଚାଷୀ ପୁଅର ଆତ୍ମହତ୍ୟା
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କରୋନା ମହାମାରୀ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ।ବିଶଜଷତଃ ଯୁବ ସମାଜର ଆର୍ଥିକ, ମାନସିକ, ଶାରୀରିକସ୍ଥିତି ସବୁକିଛି ବିଗାଡି ଦେଇଛି । ଏହାକୁ ନେଇ ପ୍ରତିଦିନ ଯୁବ ବର୍ଗ କିଛିନା କିଛି ଅଘଟଣ ଘଟାଇବାକୁ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ବିଶୋଇ ଥାନା ଅନ୍ତର୍ଗତ ଦେଓକୋଟା ଗ୍ରାମର ୨୧/୨୨ ବର୍ଷୀୟ ଯୁବକ ବୁଧରାୟ ସୋରେନ ବୁଧବାର ଅପରାହ୍ନରେ କୀଟନାଶକ ଔଷଧ ଖାଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । କାରଣ ଅସ୍ପଷ୍ଟ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ପଞ୍ଚନାମା କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।