ବନ୍ୟା ଯୋଗୁଁ ବନିକରଣ ପ୍ରକଳ୍ପ ନଷ୍ଟ

ହାଟଡିହି, (ଓ୍ବାଇଏନ୍ଏସ୍) : ଚଳିତ ବନ୍ୟାରେ ହାଟଡିହି ବ୍ଲକରେ ଅନେକ ବନିକରଣ ପ୍ରକଳ୍ପ ନଷ୍ଟ ହୋଇଯାଇଛି । ବଞ୍ଚୋରେ ୧୦ହେକ୍ଟର ଅଞ୍ଚଳରେ ବୃକ୍ଷ ରୋପଣ କରାଯାଇଥିବାବେଳେ ସମ୍ପୁର୍ଣ୍ଣ ଜଳମଗ୍ନ ହୋଇଯିବାରୁ ୯୫ଭାଗ ଗଛ ନଷ୍ଟ ହୋଇଯାଇଛି । ସେହିପରି ଆମ୍ବୋରେ ୧୦ହେକ୍ଟର ଜମିରେ ଚାରା ଲଗାଯାଇଥିବାବେଳେ ୯୦ଭାଗ ଚାରା ନଷ୍ଟ ହୋଇଯାଇ ଥିବାବେଳେ ଅମୃତପୁରରେ ୧୦ହେକ୍ଟର ଜମିର ଚାରାରୁ ୯୦ଭାଗ,ସମଣା ପଞ୍ଚାୟତର ଗୋବିନ୍ଦପୁରରେ ୧୦ହେକ୍ଟର ଜମିରୁ ୯୫ ଭାଗ, ସମଣାରେ ୯ହେକ୍ଟର ଜମିରୁ ୮୦ଭାଗ, କରଗୋଳାରେ ୧୫ହେକ୍ଟର ଜମିରେ ଚାରା ଲାଗିଥବବାବେଳେ ସେôତମଧ୍ୟରୁ ୮୫ଭାଗ, ସରଳାରେ ୪ହଜାର ଗଛ ଲଗାଯାଇ ଥିବାବେଳେ ୪୫ଭାଗ ଓ ଗୋବିନ୍ଦପୁରରେ ଚଳିତବର୍ଷ ଲାଗିଥିବା ୫ହଜାର ଚାରାରୁ ୯୦ଭାଗ ଚାରା ନଷ୍ଟ ହୋଇଯାଇଛି ବୋଲି ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ