ବିଜେପି ପ୍ରତିନିଧି ଦଳଙ୍କ ହାଟଡିହି ବନ୍ୟାଞ୍ଚଳ ପରିଦର୍ଶନ

ହାଟଡିହି, (ଓ୍ବାଇଏନ୍ଏସ୍) : ବିଜେପିର ଏକ ପ୍ରତିନିଧି ଦଳ ଆଜି ହାଟଡିହି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଶାଳଣିଆଁ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ବରିଷ୍ଠ ନେତା ରମାକାନ୍ତ ନାୟକ, ରାଜେଶ ସେଠୀ, ରମାକାନ୍ତ ସାହୁ, ବିଦ୍ୟାଧର ସାହୁ, ମଧୁସୁଦନ ସ୍ୱାଇଁ, ଆଲୋକ ଦାସ ପ୍ରମୁଖ ଆଇତିପୁର, ସମଣା, ଆମ୍ବୋ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହିତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ପ୍ରଶାସନ ପକ୍ଷରୁ ଜଳବନ୍ଦୀ ଥିବା ବନ୍ୟା ବିପନ୍ନଙ୍କ ପାଖରେ ପଲିଥିନି, ଶୁଖିଲା ଖାଦ୍ୟ, ଜାଳେଣି ଓ ଗୃହପାଳିତ ପଶୁ ମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବାର ଆବଶ୍ୟତାକୁ ଉପଲବ୍ôଧ କରିଥିଲେ । ପରେ ସେମାନେ ଏନେଇ ବିଡିଓ ଏବଂ ଉପଜିଲ୍ଲାପାଳଙ୍କ ଭେଟି ଏହାର ସୁ ବ୍ୟବସ୍ଥା କରିବା ନେଇ ଆଲୋଚନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ