ପ୍ରତି ଜିଲ୍ଳ୍ାରେ ବରିଷ୍ଠ ନାଗରିକ ପୁନର୍ବାସ କେନ୍ଦ୍ର ସ୍ଥାପିତ ହେବ : ମନ୍ତ୍ରୀ ପଣ୍ଡା

ଯାଜପୁର : ପ୍ରତି ଜିଲ୍ଳ୍ାରେ ପ୍ରାୟ ୨୫ ଏକର ପରିମିତ ଜାଗାରେ ବରିଷ୍ଠ ନାଗରିକ ପୁନର୍ବାସ କେନ୍ଦ୍ର କରାଯିବ । ଏଥିରେ ବିବିଧ ସୁବିଧା ଓ ବରିଷ୍ଠ ନାଗରିକଙ୍କ ମନୋରଂଜନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଯାଜପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦ୍ୱିତୀୟ ତ୍ରୟୋବାର୍ଷିକ ସାଧାରଣ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ବରିଷ୍ଠ ନାଗରିକ ମାନେ ଯେ କୈାଣସି ରାଷ୍ଟ୍ରର ଅମୂଲ୍ୟ ସମ୍ପଦ ସଦୃଶ ବୋଲି କହିଥିଲେ । ସେମାନଙ୍କ ଜ୍ଞାନ, ଅଭିଜ୍ଞତାକୁ ସମାଜର ମଙ୍ଗଳ ପାଇଁ ଉପଯୋଗ କରିବା ଜରୁରୀ । ବିଗତ ବର୍ଷ ମାନଙ୍କରେ ସେମାନଙ୍କ ଖୁସି ଓ ଆନନ୍ଦ ପାଇଁ ରାଜ୍ୟ ସରକାରଙ୍କର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଆରମ୍ଭ କରିଚ୍ଥନ୍ତି । ବର୍ତ୍ତମାନ ସୁଦ୍ଧା ୧୨ ଟି ଟ୍ରେନ୍ରେ ୧୨ ହଜାର ଲୋକଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ବୁଲାଯାଇଚ୍ଥି । ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଟ୍ରିବ୍ୟୁନାଲ ଗଠିତ ହୋଇଚ୍ଥି ଓ ଏହା ମାଧ୍ୟମରେ ବିନା ଖର୍ଚ୍ଚରେ ତ୍ୱରିତ ନ୍ୟାୟ ସେମାନଙ୍କୁ ଦିଆଯାଇପାରୁଚ୍ଥି । ସରକାରଙ୍କର ୧୨ ଟି ବିଭାଗ ମଧ୍ୟରେ ସମନ୍ୱୟ ରଖାଯାଇ ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷା, ଉନ୍ନତ ସ୍ୱାସ୍ଥ୍ୟ ସେବା , ଆନନ୍ଦ ଓ ସୁସ୍ଥ ମାନସିକତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଚ୍ଥି । ଚିକିତ୍ସାଳୟ ମାନଙ୍କରେ ସେମାନଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଚ୍ଥି । ପ୍ରତି ବ୍ଳକରେ ଡେ କେୟାର ସେଣ୍ଟର ବା ଚିତ୍ତବିନୋଦନ କେନ୍ଦ୍ର ମାଧ୍ୟମରେ ସେମାନେ ଯେପରି ସକାଳ ଠାରୁ ସନ୍ଧ୍ୟା ଯାଏ ଖୁସିରେ କଟାଇବେ ତାହାର ବ୍ୟବସ୍ଥା ହେଉଚ୍ଥି ବୋଲି କହିବା ସହ ଯାଜପୁର ଜିଲ୍ଳ୍ାପାଳ ଯେଉଁ ଟାଇମ ବ୍ୟାଙ୍କ ସଂପର୍କରେ କହୁଚ୍ଥନ୍ତି ସେ ସମ୍ପର୍କରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଆମ ସଂସ୍କୃତିର ପରିଚୟ ଥିଲା ଯୈାଥ ପରିବାର, ତାହା ଭାଙ୍ଗି ଚ୍ଥୋଟ ପରିବାର ହେବା ପରେ ବରିଷ୍ଠ ବ୍ୟକ୍ତିମାନେ ଅବହେଳିତ ହେଉଚ୍ଥନ୍ତି ବୋଲି କହିଥିଲେ । ତେଣୁ ପିଲାମାନେ ପିତା ମାତାଙ୍କୁ ଭକ୍ତି ଆଦର କରିବା ସହ ବରିଷ୍ଠ ମାନଙ୍କୁ ଉଚିତ ସମ୍ମାନ ପ୍ରଦର୍ଶନ ଉପରେ ସେ ଗୁରୁତ୍ୱ ଦେଇଥିଲେ । ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସୁଇଜରଲ୍ୟାଣ୍ଡରେ ବରିଷ୍ଠ ନାଗରିକ ହେବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ବିବିଧ ସାମାଜିକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହି ତାହାର ସଂଚୟର ପଂଳ ସମୟ ଆକାରରେ ଟାଇମ୍ ବ୍ୟାଙ୍କରେ ଗଚ୍ଚ୍ଥିତ ରଖିବାର ବ୍ୟବସ୍ଥା ଅଚ୍ଥି ବୋଲି କହିଥିଲେ । ସଂପୃକ୍ତ ବ୍ୟକ୍ତିଟି ଯେତେବେଳେ ବରିଷ୍ଠ ହୁଏ ବା ରୋଗାକ୍ରାନ୍ତ ହୁଏ ସେହି ପରିମାଣର ସେବା ତାଙ୍କୁ ପ୍ରଦାନ ପାଇଁ ସ୍ୱେଚ୍ଚ୍ଥାସେବୀଙ୍କୁ ନିୟୋଜିତ କରାଯାଇଥାଏ । ଏହାଦ୍ୱାରା ଭଲ କାମ କରିବାକୁ ପ୍ରେରଣା ମିଳେ । ସମ୍ପ୍ରତ୍ତି ପିଲା ମାନଙ୍କୁ ନୈତିକ ଓ ଆଦର୍ଶ ଶିକ୍ଷା ବଦଳରେ ଅର୍ଥ ଉପାର୍ଜନକାରୀ ମେସିନ ଭାବେ ଗଢାଯାଉଚ୍ଥି । ତେଣୁ ସେମାନଙ୍କ ମଧ୍ୟରେ ଆବେଗ ବା ସମ୍ୱେଦନଶୀଳତା ହ୍ରାସ ପାଉଚ୍ଥି । ଜିଲ୍ଳ୍ାରେ ପ୍ରତ୍ୟେକ ବ୍ଳ୍କରେ ଡେ କେୟାର କେନ୍ଦ୍ର କରାଯିବ ଓ ପ୍ରଥମ ପର୍ଯ୍ୟାୟରେ ଦାନଗଦୀ ଓ ସୁକିନ୍ଦା ବ୍ଳ୍କରେ ଏହା କରାଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ଜିଲ୍ଳ୍ା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ପୋଲିସ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବିବିଧ ବ୍ୟବସ୍ଥା କରୁଚ୍ଥି । ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ ସହ ଯୋଗାଯୋଗ ରଖୁଚ୍ଥି । ପ୍ରତ୍ୟେକ ଥାନାରେ ବରିଷ୍ଠ ନାଗରିକ ସହାୟତା ଡେସ୍କ ଖୋଲାଯାଇଚ୍ଥି ବୋଲି ସୂଚନା ଦେଇଥିଲେ । ବିସ୍ତୃତ ସୂଚନା ଦେଇ ରାଜ୍ୟ ବରିଷ୍ଠ ନାଗରିକ ମହା ସଂଘର ସଭାପତି କୃପାସିନ୍ଧୁ ସାହୁ ୨୦୦୧ ର ଜନ ଗଣନାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଯଥେଷ୍ଟ କମ୍ ଥିବାବେଳେ ୨୦୧୧ ରେ ଏହା ଶତକଡା ୯.୭୫ ଭାଗ ରହିଚ୍ଥି । ୨୦୧୧ ବେଳକୁ ଏହା ୧୩ ଭାଗ ଓ ୨୦୨୬ ବେଳକୁ ପ୍ରାୟ ଶତକଡା ୫୦ ଭାଗକୁ ଚ୍ଥୁଇଁବା ଆକଳନ କରାଯାଇଚ୍ଥି ବୋଲି ସେ କହିଥିଲେ । ପ୍ରଶାସନ ଓ ବରିଷ୍ଠ ନାଗରିକଙ୍କ ମଧ୍ୟରେ ସୁ ସମନ୍ୱୟ ଅନେକ ସମସ୍ୟାର ସମାଧାନ କରିପାରିବ । ବରିଷ୍ଠ ନାଗରିକଙ୍କ ପାଇଁ ଜାତୀୟ ପଲିସି-୧୯୯୯ ଓ ୨୦୦୯ ର ଆଇନ ପ୍ରଣୟନ କରାଯାଇଚ୍ଥି । ଏହାକୁ କଡାକଡି ପାଳନ କରାଗଲେ ୫୦ ଲକ୍ଷ ବରିଷ୍ଠ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ । ଅବହେଳିତ ବରିଷ୍ଠ ନାଗରିକ ଟ୍ରିବ୍ୟୁନାଲର ଆଶ୍ରୟ ନେଇ ବିନା ମୂଲ୍ୟରେ ନ୍ୟାୟ ପାଇବାର ବ୍ୟବସ୍ଥା ହୋଇଚ୍ଥି । ପ୍ରତି ଥାନାରେ ବରିଷ୍ଠ ନାଗରିକ ସେଲ୍ ଖୋଲାଯିବା ସହ ୨ ଜଣ ସ୍ୱତନ୍ତ୍ର ଅଧିକାରୀଙ୍କୁ ସେମାନଙ୍କ ଦାୟିତ୍ୱ ବୁଝିବା ପାଇଁ ନିୟୋଜିତ କରାଯାଇଚ୍ଥି । ଏପରି କି, ବରିଷ୍ଠ ନାଗରିକ ଘରେ ବସି ଏପଂ.ଆଇ.ଆରକରି ଘରେ ହିଁ ତାହାର କପି ପାଇବାର ବ୍ୟବସ୍ଥା ରହିଚ୍ଥି ବୋଲି ସେ କହିବା ସହ ଭାରତ ସରକାରଙ୍କର ୧ା୪ା୧୮ ର ସର୍କୁଲାର ଅନୁସାରେ ବୁଢା ପରିବର୍ତ୍ତେ ବରିଷ୍ଠ ନାଗରିକ ଶବ୍ଦ ବ୍ୟବହାର ପାଇଁ ନିୟମ ପ୍ରଣୟନ ହୋଇଚ୍ଥି ବୋଲି କହିଥିଲେ । ବରିଷ୍ଠ ନାଗରିକ ସଂଘର ସଭାପତି ପ୍ରପୁଂଲ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ବରିଷ୍ଠ ନାଗରିକ ମିଳିତ ମଞ୍ଚର ସଭାପତି ଗୟାଧର ପଣ୍ଡା, ଜିଲ୍ଳ୍ା ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁ ପ୍ରମୁଖ ବରିଷ୍ଠ ନାଗରିକଙ୍କ ବିବିଧ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ପ୍ରାରମ୍ଭରେ ସଦସ୍ୟ ଧନଞ୍ଜୟ କେଶରୀ ରାଉତରାୟ ଅତିଥି ମାନଙ୍କୁ ଆମନ୍ତ୍ରଣ, ଅକ୍ଷୟ କୁମାର ଦାସ ଓ ଦେବେନ୍ଦ୍ର ନାୟକ ପୁଷ୍ପ ଗୁଚ୍ଚ୍ଥ ଅର୍ପଣ, ହୃଷିକେଶ ପତି ଶ୍ଳୋକ ଆବୃତ୍ତି, ଉଦୟ ନାରାୟଣ ପରିଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ସଂପାଦକ ପ୍ରବୋଧ କୁମାର ନାୟକ ବିବରଣୀ ପଠନ କରିଥିଲେ । ସଦସ୍ୟ ଶିବ ପ୍ରସାଦ ବଳ ଧନ୍ୟବାଦ ଅର୍ପଣ କରିଥିରେ । ପରେ ନିର୍ବାଚନ ଅନୁଷ୍ଠିତ ହୋଇ ସଭାପତି ଭାବେ ପ୍ରପୁଂଲ ଚନ୍ଦ୍ର ସାମଲ, ଉପସଭାପତି ଭାବେ ନୃସିଂହ ଚନ୍ଦ୍ର ମହାପାତ୍ର, ସଂପାଦକ ଭାବେ ପ୍ରବୋଧ କୁମାର ନାୟକ, ଯୁଗ୍ମ ସଂପାଦକ ଭାବେ ଦେବେନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ଭାବେ ଗୋପୀନାଥ ସେଠୀଙ୍କ ସମେତ ୬ ଜଣଙ୍କୁ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ