ବାଜପେୟୀ ଙ୍କ ଉପରେ ନିର୍ମିତ ହେବ ଫିଲ୍ମ

ଏନ୍.ପି ଉଲ୍ଲେଖଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଅନ୍ଟୋଲ୍ଡ ବାଜପେୟୀ’ର ଆଧାରରେ ନିର୍ମାଣ ହେବ ଏହି ଫିଲ୍ମ।ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଫିଲ୍ମ ନିର୍ମାଣ ହେବ। ଏନେଇ ଫିଲ୍ମ ନିର୍ମାତା ଶିବା ଶର୍ମା କହିଛନ୍ତି- ‘ଦ ଅନ୍ଟୋଲ୍ଡ ବାଜପେୟୀ ‘ ମୋର ସବୁଠାରୁ ଅଧିକ ମହତ୍ତ୍ୱକାଂକ୍ଷୀ ଯୋଜନା ମଧ୍ୟରୁ ଗୋଟିଏ।ଆଉ ଏହାକୁ ନେଇ ମୁଁ ବହୁତ ଗୌରବ ଅନୁଭବ କରେ। ବାଜପେୟୀଙ୍କ ଭଳି ଜଣେ ହିରୋଙ୍କ କାହାଣୀକୁ ମୁଁ ପରଦାରେ ଦେଖାଇବାକୁ ଯାଉଥିବାରୁ ବହୁତ ଖୁସି ଅଛି। ତା’ ସହିତ ରାଜନେତା ହିସାବରେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ସଂପର୍କରେ ଏ ବହିରେ ଲେଖା ହୋଇଛି। ଏହି ପୁସ୍ତକରେ ଥିବା ତଥ୍ୟ ଆଧାରରେ ଫିଲ୍ମ କରିବା ପାଇଁ ଅମାଶ୍ ଫିଲ୍ମର ମାଲିକ ଶିବା ଶର୍ମା ଓ ଜୀଶାନ୍ ଅହମଦଙ୍କୁ ଆନୁଷ୍ଠାନିକ ଅଧିକାର ମିଳି ସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ