ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କୁ ଦାବି ଜଣାଇଲେ ଗ୍ରାମବାସୀ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) ସୋସୋ ହରିଜନ ସାହି ଓ ଦେହୁରୀ ସାହିର ଲୋକମାନେ ପାଣି କାଦୁଅ ଯୋଗୁଁ ଘରୁ ବାହାରି ପାରୁ ନଥିବାବେଳେ ଛୁଆମାନେ ସ୍କୁଲ କିମ୍ବା ଅଙ୍ଗନବାଡି ଯାଇପାରୁ ନାହାନ୍ତି । ଗାଁ ରାସ୍ତାରେ ଆଣଣ୍ଠୁଏ କାଦୁଅ । ବାରମ୍ବାର ସମସ୍ତଙ୍କୁ ଗୁହାରୀ କରୁଥିଲେବି କୌଣସି ସୁଫଳ ମିଳୁନି । ପଞ୍ଚାୟତର ଅନ୍ୟ ସାହି ମାନଙ୍କରେ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାବେଳେ ସ୍ୱାଧୀନତାର ୭୨ବର୍ଷ ପରେ ମଧ୍ୟ ସାହିକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ମଞ୍ଜୁଲତା ଦେହୁରୀ, ଲକ୍ଷ୍ମୀପ୍ରୀୟା ଦେହୁରୀ, ଗୌରୀ ନାହାକ, ଝରଣା ଦେହୁରୀ, କାବେରୀ ଦେହୁରୀ, ବନିଆ ନାହାକ, ସୌମ୍ୟ ରଞ୍ଜନ ଭୁତିଆ, ଜଗତ ଦେହୁରୀ, ମହେନ୍ଦ୍ର ଦେହୁରୀ, କୃଷ୍ଣଚନ୍ଦ୍ର ନାହାକ, ରମା ଦେହୁରୀ ପ୍ରମୁଖ ଗ୍ରାମବାସୀମାନେ ଆଜି ଆନନ୍ଦପୁର ବିଧାୟକ ଭାଗିରର୍ôଥ ସେଠୀଙ୍କୁ ଭେଟି ଅଭିଯୋଗ କରି ରାସ୍ତା ନିର୍ମାଣ ପାଇଁ ଦାବି ଜଣାଇଛନ୍ତି । ବିଧାୟକ ଶ୍ରୀ ସେଠୀ ତୁରନ୍ତ ସରପଞ୍ଚଙ୍କୁ ଡାକି ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।