ଜଗନ୍ନାଥପ୍ରସାଦରୁ ଜର୍ମାନ ଯାତ୍ରା
ଜଗନ୍ନାଥ ପ୍ରସାଦ,(ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ମାଟିର ଗର୍ବ ଓ ଗୌରବ ପ୍ରିତୀ ପ୍ରଭା ସାହୁ । ପିଲା ଦିନୁ ତାଙ୍କର କଠିନ ପରିଶ୍ରମ ଯୋଗୁଁ ଆଜି ପାଠ ପଢା ସହିତ ବହୁ ପୁରସ୍କାର ର ଅଧିକାରିଣୀ ହୋଇ ପାରିଛନ୍ତି। କୋରାପୁଟ ର କେନ୍ଦ୍ରୀୟ ବିଦ୍ୟାଳୟ ରେ ସେ ପ୍ରଥମ ଠାରୁ ଦଶମ ପଯ୍ୟନ୍ତ ପଢି ୯୮.୨୩ ପ୍ରତିଶତ ମାର୍କ ରଖି ୨୦୧୨ ରେ ଉତ୍ତୀର୍ଣ୍ଣ ହୋଇଥିଲେ।ଏହାପରେ ଭୁବନେଶ୍ୱର ଓ.ଡି.ଏମ୍ ପବ୍ଲିକ୍ ସ୍କୁଲ ରୁ ୨୦୧୪ରେ କୃତିତ୍ବ ର ସହ ପାସ୍ କଲେ। ଜାତୀୟ ସ୍ତରରେ ୨୦୧୧ ରେ ଶିଶୁ ବୈଜ୍ଞାନିକ ପୁରସ୍କାର ସହ ବହୁ ତର୍କ,ବକ୍ତୃତା, ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରେ ମଧ୍ୟ ପୁରସ୍କୃତ ହୋଇଛନ୍ତି ।ରାଜସ୍ଥାନ ଜୟପୁର ଠାରେ ପୂର୍ବତନ ମହାମହିମ ରାଷ୍ଟ୍ରପତି ଏ. ପି.ଜେ. ଅବଦୁଲ କାଲାମ ଙ୍କ ଠାରୁ ପୁରସ୍କୃତ ହେବେ ପରେ ବୈଜ୍ଞାନିକ ହେବା ର ଆଶା ରଖି ୨୦୧୫ ରୁ ୨୦୨୦ ପଯ୍ୟନ୍ତ ଭାରତର ସର୍ବ ବୃହତ ଶିକ୍ଷାନୁଷ୍ଠାନ ଜଟଣୀ ଠାରେ ଥିବା” ନାଇଜେର୍” ରେ ଅଧ୍ୟୟନ କରି, ସୁମିତ୍ରା ମହାରଣା ମେମୋରିଆଲ ଆୱାର୍ଡ, ବେଷ୍ଟ ଥେସିସ ଆୱାର୍ଡ ଓ ବେଷ୍ଟ ଓଭେରଆଲ ଆଉଟ ଷ୍ଟାଣ୍ଡିଙ୍ଗ ଏକାଡେମୀ ପରଫରମାନ୍ସ ଆୱାର୍ଡ ରେ ୩ ଟି ସ୍ୱର୍ଣ୍ଣ ପଦକ ପାଇ ପୁରସ୍କୃତ ହୋଇ କୃତିତ୍ୱ ର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ସେ ଜର୍ମାନୀର”ମୁଁଚେନ” ସହର ର ଲୁଡୱିଗ ମାକ୍ସିମିଲନ ବିଶ୍ୱବିଦ୍ୟାଳୟର ରେ p.hd କରିବା ସହ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦଵୀ ରେ ନିଯୁକ୍ତି ପାଇଛନ୍ତି। ବିଜ୍ଞାନ କ୍ଷେତ୍ର ରେ ମାନବ ଉତ୍ପତି ସମ୍ପର୍କରେ ରିସର୍ଚ୍ଚ କରି ସେ ଭାରତ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି। ସୁଶ୍ରୀ ପ୍ରୀତିପ୍ରଭା ସାହୁ ହେଉଛନ୍ତି ରାୟଗଡା ଜିଲ୍ଲା କେ.ସିଙ୍ଗପୁର ବ୍ଲକ ବି.ଇ.ଓ କାଯ୍ୟ|ଳୟ ର ସେକ୍ସନ ଅଫିସର ଶ୍ରୀ ପ୍ରଭାକର ସାହୁ ଓ ରାୟଗଡା ସରକାରୀ ହାଇସ୍କୁଲର ଟି.ଜି.ଟି ଶିକ୍ଷୟତ୍ରୀ ଶ୍ରୀମତୀ ସଂଗୀତା କୁମାରୀ ସାହୁ ଙ୍କ ସୁଯୋଗ୍ୟା କନ୍ୟା ସ୍ୱର୍ଗତ ସନ୍ୟାସି ସାହୁ ଓ ସ୍ୱର୍ଗତ ଶକୁନ୍ତଳା ସାହୁ ଙ୍କ ନାତୁଣୀ ତଥା ସାମ୍ବାଦିକ ନିରାକାର ସାହୁ ଙ୍କ ଝିଆରୀ ଅଟନ୍ତି।ସୁଶ୍ରୀ ପ୍ରୀତିପ୍ରଭା ଙ୍କ ଏପରି କୃତିତ୍ବ ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି।


