ପୂର୍ବତନ ସମବାୟ ସମିତି ସଭାପତିଙ୍କ ଅକାଳ ବିୟୋଗ

ହାଟଡ଼ିହି, (ବିକାଶ କୁମାର ବିଶ୍ୱାଳ):ମରେଇଗାଁ ସେଵା ସମବାୟ ସମିତିର ପୂର୍ବତନ ସଭାପତି ତଥା ବେତୀରା ଗ୍ରାମର ଗୋବର୍ଦ୍ଧନ ଦାସଙ୍କ ଅକସ୍ମାତ ପରଲୋକ ହୋଇଯାଇଛି। ସେ ଗତକାଲି ତାଙ୍କ ଛାତିରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଲୟକୁ ନିଆଯାଇ ଥିବାବେଳେ ସେଠାରେ ତାଙ୍କର ପରଲୋକ ଘଟିଥିଲା। ସେ ବିଜେଡି ଦଳର ଜଣେ ଆଗ ଧାଡ଼ିର କର୍ମୀ ଥିଲେ। ତାଙ୍କ ପରଲୋକରେ ସମବାୟ ସମିତିର ପୂର୍ବତନ ନିର୍ଦେଶକ, ବରିଷ୍ଠ ବିଜେଡି ନେତା ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ