ଛତୁଆ କେନ୍ଦ୍ର ପରିଦର୍ଶନ କଲେ ଅଧିକାରୀ

ପାରାଦୀପ, (ଯୁଗାବ୍ଦ ନ୍ୟୁଜ) ପାରାଦୀପ ନିର୍ବାବନ ମଣ୍ଡଳି କୁଜଙ୍ଗ ବ୍ଲକ ପଙ୍କପାଳ ପଂଚାୟତ ଅଧିନସ୍ଥ ଜନାପାଳ ଗ୍ରାମରେ ଥିବା ମଦର ଟେରସା ମହିଳା ସମିତି ଦ୍ୱାରା ଶିଶୁ ଗର୍ଭବତୀ ମାନଙ୍କ ପାଇଁ ପ୍ରସ୍ତୁତ କରାଯାଉଥିବା ଛତୁଆ କେନ୍ଦ୍ରକୁ ବିଭାଗୀୟ ଅଧିକାରୀ ପରିଦର୍ଶନ କରି ତନଖି କରିଛନ୍ତି । ସୂଚନା ଯୋଗ୍ୟ ସରକାରଙ୍କ ନୂତନ ନୀତି ଓ ସ୍ୱଚ୍ଛତା ନେଇ ଏଣିକି ପ୍ରତିମାସରେ ଛତୁଆ ସ୍ତ୍ରସ୍ତୁତି ସମୟରେ ବିଭାଗୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ତଦାରଖ କରିବେ । ଯେଉଁ ଗହମ, ବୁଟ, ବାଦାମ ଓ ଚିନି ମିଶ୍ରଣ କରାଯିବା କଥା ତାହା ଅଧିକାରୀ ଉପସ୍ଥିତ କରାଯିବା ପାଇଁ ନିର୍ଦ୍ଦେଶନାମା ଜାରି ଏହି ପରିପ୍ରେକ୍ଷୀରେ ଜନାପାଳ ଗ୍ରାମର ମଦର ଟେରେସା ମହିଳା ଛତୁଆ କେନ୍ଦ୍ରକୁ ସି.ଡି.ପି. ତନୁ ବେହେରାଙ୍କ ନେତୃତ୍ୱରେ ମହିଳା ପରିଦର୍ଶକ ଚିନ୍ତାମଣି କିସୁକ୍କୁ ଓ ନିବେଦିତା ଉପସ୍ଥିତ ରହି ଛତୁଆ ମିଶ୍ରିତ ସାମଗ୍ରୀର ମାନ ତଦାରଖ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରା ପ୍ରମୁଖ ଠିକ୍ ଭାବେ ମିଶ୍ରଣ କାର୍ଯ୍ୟ ଚାଲିଛିକି ନାହିଁ ତଦାରଖ କରିବା ସଂଗେ ସଂଗେ ଛତୁଆ ପ୍ରସ୍ତୁତି ସ୍ଥାନର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସଂଗେ ସଂଗେ ବିଭାଗୀୟ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ