ବଇଞ୍ଚୁଆ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା
ଚୌଦ୍ୱାର,(ଦୀପକ୍ କୁମାର ବେଉରା): କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଉଚ୍ଚପଦା ପଞ୍ଚାୟତ ର ବଇଞ୍ଚୁଆ ରାଜସ୍ୱ ଗ୍ରାମକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରିଛନ୍ତି ସରପଞ୍ଚ ବିରଜାପ୍ରସାଦ ରାଉତ । ଗ୍ରାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଣୁ ସଂକ୍ରମଣ କୁ ରୋକିବା ପାଇଁ ସରପଞ୍ଚ ଆସନ୍ତା ସେପ୍ଟେମ୍ବର ୭ତାରିଖ ସୋମବାର ଠାରୁ ୧୩ତାରିଖ ରବିବାର ଯାଏଁ ଗ୍ରାମକୁ ସମ୍ପୂର୍ଣ ନିଷିଦ୍ଧ ଅଞ୍ଚଳ ଘୋଷଣା କରିଛନ୍ତି । ଏ ସମୟ ମଧ୍ୟରେ ଏଠାରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ,ଦୋକାନ ବଜାର ବନ୍ଦ ରହିବ । ଗ୍ରାମର ସମସ୍ତ ପ୍ରବେଶ ପଥକୁ ବାଉଁଶ ଦ୍ଵାରା ବନ୍ଦ କରି ଯାତାୟତ କୁ ସମ୍ପୂର୍ଣ ନିଷିଧ କରା ଯିବ ବୋଲି ବିରଜା ରାଉତ ନୋଟିସ ଜାରି କରିଛନ୍ତି ।


