ଗଂଜାମ ହକି ଏସୋସିଏସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଆଜି ସ୍ଥାନୀୟ ପୋଲିସ ପଡିଆ ଠାରେ ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ମହାନ୍ ସାଧକ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କୁ କ୍ରିଡାବିତ୍ ମାନଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି ଅବସରେ ଗଂଜାମ ହକି ଏସୋସିଏନ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନୋଟି ଟିମ୍ ଭାଗନେଇଥିଲେ । ଏହାକୁ ମୁଖ୍ୟ ଅତିଥୀ ଭାବେ ଗଂଜାମ ପୁଲିସ ଜିଲ୍ଲାର ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର ଯୋଗଦେଇ ଶୁଭାରମ୍ଭ କରିବା ସହ କ୍ରିଡାବିତ୍ ମାନଙ୍କୁ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତା ଦଳର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଗଂଜାମ ହକି ଏସୋସିଏସନର ସଂପାଦକ ରାଜେନ୍ଦ୍ର କୁମାର ବେହେରା, ପୂର୍ବତନ କାଉନସିଲର ଟି.ଚନ୍ଦ୍ର ଶେଖର ରାଓ, ଏ.ଭେଙ୍କଟ ରାଓ, ଏ.ମୋହନ ରାଓ, ସିମାଞ୍ଚଳ ଗୈାଡ, ବାଦଲପାଣ୍ଡିଙ୍କ ସମେତ ବହୁ କ୍ରିଡାବିତ୍ ମାନେ ଉପସ୍ଥିତ ରହିଥିଲେ ।