ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ପାରାଦୀପ,(ପିତବାସ ପ୍ରଧାନ): ପାରାଦୀପ ତଥା କୁଜଙ୍ଗ ଅଞ୍ଚଳର ଜଣାଶୁଣା ବର୍ଷିୟାନ୍ ସାମ୍ବାଦିକ ସ୍ୱର୍ଗତଃ ସମିର ରଞ୍ଜନ ଦାଶଙ୍କ ବିୟୋଗରେ ପାରାଦୀପ ପ୍ରେସ୍ ମିଡିଆ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ଏହି ପରିପ୍ରେକ୍ଷିରେ ପ୍ରେସ୍ କ୍ଲବ୍ ପରିସରରେ ପାରାଦୀପ ପ୍ରେସ୍ ମିଡିଆ ସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍ୱର୍ଗତଃ ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତଃ ଦାଶ ଜଣେ ନିର୍ଭିକ,ନିରପେକ୍ଷ ଓ ସାହାସୀ ସାମ୍ବାଦିକ ଭାବେ ପରିଚିତ ଥିଲେ । ସେ ପୁର୍ବରୁ ଅନେକ ଜଣାଶୁଣା ଖବର କାଗଜର ପ୍ରତିନିଧୀତ୍ୱ କରି ଅନେକ ସଂସ୍କାର ଆଣିଥିଲେ । ଅଧୁନା ସେ ଦୈନିକ ପ୍ରଗତିବାଦୀ ଖବର କାଗଜର ପ୍ରତିନିଧୀ ଭାବେ କାର୍ଯ୍ୟ କରୁଥିଲେ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ତ୍ୟାଗ ଅତୁଳନୀୟ ବୋଲି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧୀମାନେ ନିଜର ବ୍ୟକ୍ତବ୍ୟ ରଖିଥିଲେ । ସ୍ୱର୍ଗତଃ ଦାଶ ତାଙ୍କ ଜୀବନକାଳ ବ୍ୟାପି ସାମ୍ବାଦିକତା କ୍ଷେତ୍ରରେ ଯେଉଁସବୁ ସ୍ମୃତି ଛାଡି ଯାଇଛନ୍ତି ସେ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ସଭାରେ ପାରାଦୀପ ପ୍ରେସ୍ ମିଡିଆର ବରିଷ୍ଠ ଉପଦେଷ୍ଠା ଚିତ୍ତରଞ୍ଜନ ସ୍ୱାଇଁ, ଉପଦେଷ୍ଠା କର୍ମେଶ୍ୱର ସ୍ୱାଇଁ,କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ପରିଡା,ସାଧାରଣ ସଂପାଦକ ବଟକୃଷ୍ନ ଦାସ,କୋଷାଧକ୍ଷ ସୁରେନ୍ଦ୍ର କୁମାର ବିଶ୍ୱାଳ,ହରିଶ୍ଚନ୍ଦ୍ର ଲେଙ୍କା,ଅଜିତ୍ କୁମାର ଦାସ,ଅମୟ କୁମାର ଦାସ, ବିବେକାନନ୍ଦ ରାଉତ,ମନୋଜ ଦାସ,ଭୃଗୁପ୍ରସାଦ ବେଉରା, ଶୁସିଲ୍ ପଟନାୟକ,ସମିର କୁମାର ମହାନ୍ତୀ,ଜ୍ଞାନରଞ୍ଜନ ଆଚାର୍ଯ୍ୟ,ପ୍ରଶାନ୍ତ କୁମାର ଦାସ,ବିରଜା ପ୍ରସାଦ ସେଠୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ଓ ବୁଦ୍ଧିଜିବୀ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ