ମେକ ଇନ ଇଣ୍ଡିଆରେ ଭିଭୋର ନିବେଶ ୭୫୦୦ କୋଟିକୁ ବୃଦ୍ଧି ପାଇଁ ଯୋଜନା
ଭୁବନେଶ୍ୱର : ବିଶ୍ୱର ଅବିନବ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ପକ୍ଷରୁ ଆଗାମୀ ପ୍ରକଳ୍ପ ରେ ଅତିରିକ୍ତ ୩୫୦୦କୋଟି ନିବେଶ କରିବା ପାଇଁ ଘୋଷଣା କରାଯାଇଛି । ଭାରତରେ ଉପକରଣ ନିର୍ମାଣ ପାଇଁ ବ୍ରାଣ୍ଡ ପକ୍ଷରୁ ମୋଟ ୭୫୦୦କୋଟିର ନିବେଶ ବୃଦ୍ଧି ଯୋଜନା କରାଯାଇଛି । ସାରା ଦେଶରେ ଆକ୍ରମଣାତ୍ମକ ଭଙ୍ଗିରେ ବିସ୍ତାର ପାଇଁ ଭିଭୋ ସ୍ମାର୍ଟଫୋନ ଏକ ଦଶବର୍ଷିଆ ଯୋଜନା ପ୍ରସ୍ତୁତ କରିଛି । ଏହି ବିସ୍ତାର ଯୋଜନା ଫଳପ୍ରସୁ ହେଲେ ସାରା ଦେଶରେ ଅଧିକ ୪୦,୦୦୦ ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିବ । ପ୍ରଥମ ପ୍ରକଳ୍ପର ପ୍ରଥମ ଫେଜର ୮ ନିୟୁତ ଉତ୍ପାଦନ କ୍ଷମତା ସେପ୍ଟେମ୍ବର ସୁଧା ପ୍ରସ୍ତୁତ ହୋଇଯିବ । ଏହାଦ୍ୱାରା ମୋଟ କ୍ଷମତା ୩୩ ନିୟୁତ ରୁ ଅଧିକ ହୋଇପାରିବ । ଏହି ଫେଜରେ ୨୫୦୦ ନୂତନ ନିଯୁକ୍ତି ଦେଇ ଭିଭୋର ସମୁଦାୟ କର୍ମଚାରୀ ସଂଖ୍ୟା ୧୦,୦୦୦ରୁ ଅଧିକ ହୋଇଯିବ । ଏହା ସହିତ ଉତର ପ୍ରଦେଶରେ ଭିଭୋ ସର୍ବବୃହତ ନିବେଶକ ମଧ୍ୟ ହୋଇପାରିଛି । ଭାରତ ଯୋଜନା ଉପରେ ମନ୍ତବ୍ୟ ରଖି ଭିଭୋ ଇଣ୍ଡିଆ ର ବ୍ରାଣ୍ଡ ଷ୍ଟ୍ରାଟେଜି ନିର୍ଦ୍ଦେଶକ, ନିପୁନ୍ ମାରୟା କହିଛନ୍ତି, “ଭିଭୋ ମେକ ଇନ ଇଣ୍ଡିଆ କାର୍ଯ୍ୟ ପାଇଁ ପ୍ରତିଶୃତିବଦ୍ଧତା ଦର୍ଶାଇ ଏହାର ଉତ୍ପାଦନ କ୍ଷମତା ବଢାଇବା ପାଇଁ ଉଚିତ ନିବେଶ କରିବ । ଏହି ନୂତନ ପ୍ରକଳ୍ପ ଭାରତରେ ଭିଭୋର ବଜାର ଚାହିଦା ମେଂଟାଇ ପାରିବ । ଦୀର୍ଘସୁତ୍ରୀ କାର୍ଯକ୍ରମ ଅନୁସାରେ ଭିଭୋ ଭାରତରେ ଅର୍ଥନୈତିକ ପ୍ରଗତି ଓ ପ୍ରଯୁକ୍ତି ରେ ସହଯୋଗ କରିବ । ମେକ ଇନ ଇଣ୍ଡିଆ ପ୍ରତି ପ୍ରତିଶୃତିବଦ୍ଧତା ମୁତାବକ ସମସ୍ତ ଭିଭୋ ହ୍ୟାଣ୍ଡସେଟ ଗ୍ରେଟର ନୋଏଡା ସ୍ଥିତ କାରଖାନାରେ ଉତ୍ପାଦିତ ହେବ ।


