ଗଣେଶ ପୂଜା କମିଟିର ଧୁମ୍ଧାମ୍ରେ ପାଳନ ନେଇ ପ୍ରସ୍ତୁତି ଜୋର୍ଦାର୍

ଦିଗପହଣ୍ଡି ସହରର ଅଞ୍ଚଳ କଲୋନୀ ଗଣେଶ ପୂଜା କମିଟି ଚଳିତ ବର୍ଷ ୧୧ ବର୍ଷରେ ପୂର୍ତ୍ତି ହେବା ସହିତ ଧୁମ୍ଧାମ୍ରେ ପାଳନ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଜୋର୍ଦାର୍ରେ ଚାଲିଥିବା ଦେଖିବାକୁ ମିଳିଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ବ୍ୟୟବହୁଳ ଏବଂ ଅତ୍ୟଧିକ ଆକର୍ଷଣୀୟ ତୋରଣ ଏବଂ ମନଲୋଭା ପ୍ରତିମୂର୍ତ୍ତି ଆଦି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କମିଟି ପକ୍ଷରୁ ଜଣାଯାଇଛି । ସେହିପରି ୧୨ ଫୁଟର ପ୍ରତିମୂର୍ତ୍ତି ସାଙ୍ଗକୁ ଚଳିତ ବର୍ଷ ଶ୍ରୀ ଗଣେଶଙ୍କ ମୁକୁଟକୁ ମିଶାଇ ସହରର ସବୁଠାରୁ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ହେଉଛି ବୋଲି ଜଣାଯାଇଛି । ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ଶିଳ୍ପୀ ଉଜ୍ଜଳ ଦାସ ନିୟୋଜିତ ରହିଥିବା ବେଳେ କମିଟି ପକ୍ଷରୁ ବନ୍ଦୋବସ୍ତ କାର୍ଯ୍ୟ ସାଜସଜ୍ଜା ଆଦି ପ୍ରସ୍ତୁତ ଜୋରସୋରରେ ଚାଲିଛି । ଚଳିତ ବର୍ଷ ସେପ୍ଟେମ୍ବର ୯ ସନ୍ଧ୍ୟାରେ ଶ୍ରୀ ଗଣେଶ ଚତୁର୍ଥୀ ମହୋତ୍ସବ ପାଳନ ଅବସରରେ ଦୃଷ୍ଟିହୀନ ବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବ ବୋଲି କୁହାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ କମିଟି ପକ୍ଷରୁ ଅମର୍ଦୀପ୍ ପଣ୍ଡା, ଫିଲୁ ସାହୁ, ଶ୍ରୀଧର ପଣ୍ଡା, ରଘୁନାଥ ରେଡ୍ଡି, ବିଶ୍ୱଜିତ୍ ବିଷୋୟୀ, ସୁମିତ୍ ପଟ୍ଟନାୟକ, ଅଜୟ ପ୍ରଧାନ, ରବି ସେଠୀ, ସଚିନ୍ ପାଣିଗ୍ରାହୀ, କାହ୍ନୁ ପ୍ରଧାନ, ସ୍ୱାଗତ ପଣ୍ଡା ପ୍ରମୁଖ ପରିଚାଳନା କରୁଥିବା ଜାଣିବାକୁ ମିଳିଛି । ୧୧ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଧରଣର ମହୋତ୍ସବ ପାଳନ ହେଉଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ