ଗଜପତିରେ କରୋନା ସଂକ୍ରମଣ;ଆଜି ୫୩ଜଣ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ । ଆଜି ୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୫୪ଜଣକୁ ମିଶାଇ ସଂଖ୍ୟା ୩୦୪୪ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୫୩ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୧୬ଜଣ, କାଶୀନଗର ବ୍ଲକରୁ ୪ଜଣ,ଗୋଷାଣୀ ବ୍ଲକରୁ ୪ଜଣ,ମୋହନା ବ୍ଲକରୁ ୧୦ଜଣ,ନୁଆଗଡ ବ୍ଲକରୁ ୮ଜଣ,ରାୟଗଡ ବ୍ଲକରୁ ୬ଜଣ,ପୁର୍ବରୁ ସଂକ୍ରମିତ ଥିବା ଅନ୍ୟ ୫ଜଣ ମଧ୍ୟ ପୋଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ପୁର୍ବସଂକ୍ରମିତଙ୍କ ସଂସ୍ପର୍ଷରେ ୪ଜଣ,ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚବେଳେ ୪୯ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ