ଓଡିଶା ବାର୍ତ୍ତାର ୧୫ତମ ସମାବେଶ;ଗଜପତି ପ୍ରତିନିଧି ସମ୍ମାନୀତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଓଡିଶା ବାର୍ତ୍ତାର ୧୫ତମ ବାର୍ଷିକ ସମାବେଶରେ ଗଜପତି ଜିଲ୍ଲା ପ୍ରତିନିଧି ଭଗବତ ପାଢୀଙ୍କୁ ସମ୍ମାନୀତ କରାଯାଇଛି । ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ କକ୍ଷରେ ଅନୁଷ୍ଠିତ ଏହି ସମାବେଶରେ ଡିଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ବାର୍ତ୍ତାର ଗଜପତି ପ୍ରତିନିଧି ଭଗବତ ପାଢୀଙ୍କୁ ସମ୍ମାନିତ କରିଥିଲେ । ଓଡିଶା ବାର୍ତ୍ତାର ମୁଖ୍ୟ ସମ୍ପାଦକ ମନୋଜକାନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ନିରାଡମ୍ବର ସମାବେଶରେ ଭିଜିଲାନ୍ସର ଅତିରିକ୍ତ ଅଧିକ୍ଷକ ସାନ୍ତୁନୁ କୁମାର ପାଢି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।


