ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବାରିପଦା ଟାଉନ ଥାନା ଠାରୁ ପ୍ରାୟ ୨୦୦ ମିଟର ଦୂର ସହର ସାହିର ହୋପ ଅଫିସରେ ଜଣେ ମହିଳା କର୍ମଚାରୀଙ୍କୁ ରାତିରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ସୂଚନା ପାଇ ବାରିପଦା ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ଘର ଲୋକଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରୁଛି। ଯୁବତୀର ଘର ବାଲେଶ୍ୱର ଅଂଚଳରେ ହୋଇଥିବାର ଜଣା ପଡ଼ିଛି । ଏଥିସହିତ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ପ୍ରକାଶ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ