୧୦କୁଇଣ୍ଟାଲ୨୭କେଜି ଗଞ୍ଜେଇ ସହ ଜଣେ ଗିରଫ

ମୋହନା,( ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକ ନିର୍ଦେଶ କ୍ରମେ ଅଞ୍ଚଳରୁ ଚୋରା କାରବାର ରୋକିବା ପାଇଁ ପ୍ରତ୍ୟକ ଥାନା କୁ ନିର୍ଦେଶ ଦିଆ ଯାଇଛି | ଆଜି ରା.ଉଦୟଗିରି ଥାନା ଅଧିକାରୀ ମମତା ନାୟକ ଏସପି ଶ୍ରୀ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଏକ ଟିମ ଗଠନ କରି ଗଞ୍ଜେଇ ଧରିବା ପାଇଁ ରାତି ଦିନ ପାଟ୍ରୋଲିଂ ଜାରି ରଖିଛନ୍ତି |ଗତ କାଲି ମୋହନା ଥାନା ଅଧିକାରୀଙ୍କ ନିର୍ଦେଶ ରେ ଏସଆଇ ସୁନିଲ ଦଳାଇ ଏକ ଗାଡ଼ି ସହ ତିନି ଜଣ ବ୍ୟକ୍ତି ଓ ପାଞ୍ଚ ଲକ୍ଷ୍ୟ ଟଙ୍କା ର ଗଞ୍ଜେଇ ଧରିଥିଲେ| ଆଜି ସେହିପରି ରା.ଉଦୟଗିରି ଥାନା ଅଧିକାରୀଙ୍କୁ ବିଶେଷ ସୂତ୍ରରୁ ଖବର ଆସିବା ପରେ ସେ ଏସଆଇ ବସନ୍ତ କୁମାର ଗୁଣ୍ଠା ଓ ତାଙ୍କ ଟିମକୁ ମହିନ୍ଦ୍ରଗଡ଼ରେ ପାଟ୍ରୋଲିଂ କରିବା ପାଇଁ କହିଥିଲେ |ସେ ସମୟରେ ବୁରିପଦ୍ର ପଟୁ ଏକ କଣ୍ଟେଇନେର( ସିଜି୦୮ଲ୩୦୬୬)କୁ ମହିନ୍ଦ୍ରଗଡ଼ ଜାତୀୟ ରାଜପଥରେ ଅଟକାଇ ଯାଞ୍ଚ କରିଥିଲେ| ସେଥିରେ ଗଞ୍ଜେଇଥିବା ଦେଖି ଥାନା ଅଧିକାରୀ ଶ୍ରୀମତି ନାୟକ ଙ୍କୁ ଜଣାଇଥିଲେ ଘଟଣା ସ୍ଥଳେ ରା.ଉଦୟଗିରି ବିଡ଼ିଓ ପ୍ରଦୀପ କୁମାର ନାୟକ ଉପସ୍ଥିତ ରେ୧୦୦ଟି ପେକେଟ ଗଞ୍ଜେଇକୁ ଓଜନ କରିବାରୁ ତାହା୧୦କ୍ୱିଣ୍ଟାଲ୨୭କେଜି ହଇଥିଲା | ଏହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ୍ୟ୮୧ହଜାର ରୁ ଉର୍ଦ୍ଧ ହେବ| ଏହା ସହ ଚୋରା ଚାଲାଣ ହେଉ ଥିବାରୁ ଡ୍ରାଇଭର ସୁଲତାନପୁର ଗାଁର ଧର୍ମବୀର କୁମାର ସିଂ(୩୬)କୁ ଗିରଫ କରାଯାଇଛି |ଏହାସ ଗାଡ଼ି ଜବତ ହଇଛି ଉକ୍ତ ଗଞ୍ଜେଇ ଛତିଶଗଡ଼ ଅଞ୍ଚଳକୁ ଚାଲାଣ ହେଉଥିବା ଥାନା ଅଧିକାରୀ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ