ଟ୍ରକ ଚପାରେ ହେଲପର ମୃତ

ପାରାଦୀପ,(ପିତବାସ ପ୍ରଧାନ): ବନ୍ଦର ନିଷିଦ୍ଧାଞ୍ଚଳ ଭିତରେ ଏକ ଲୁହା ପଥର ବୋଝେଇ ଟ୍ରକ ନଂମ୍ବର ଓ ଆର ୦୯ ଏଚ ୯୭୫୨ ର ଚକା ତଳେ ଉକ୍ତ ଟ୍ରକର ହେଲପର ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଦୁର୍ଘଟଣା ପରେ ଗାଡି ଚାଳକ ଫେରାର ହୋଇଯାଇଛି । ଉକ୍ତ ଟ୍ରକରେ ଷ୍ଟାଷ୍ଟି ସମସ୍ୟା ଦେଖା ଦେବାରୁ ରାସ୍ତାରେ ଅଟକି ଯାଇଥିଲା ଫଳରେ ଅନ୍ୟ ଟ୍ରକ ସାହାର୍ଯ୍ୟରେ ଉକ୍ତ ଟ୍ରକକୁ ଠେଲାଯିବା ସମୟରେ ଏଭଳି ଦୁର୍ଘଟଣା ଘଟି ହେଲପର ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଟ୍ରକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ