ବାପାକୁ ପଥର ଛେଚି ହତ୍ୟା କଲା ପୁଅ
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି, ଜିଲ୍ଲା ମୋହନା ଥାନା ଲୁଡ୍ଡୁ ସରକାରୀ ଆଶ୍ରମ ବିଦ୍ୟାଳୟର ପିଅନକୁ ପଥର ଛେଚି ହତ୍ୟା ଅଭଯୋଗ । ସୁଚନାପ୍ରକାରେ, ଶୁକ୍ରବାର ବିଳମ୍ବିତ ରାତିରେ ସେ ସ୍କୁଲ ପରିସରରେ ସରକାରୀ କ୍ୱାଟରରେ ଶୋଇଥିବା ବେଳେ ମୃତକଙ୍କ ପୁଅ ପାରିବାରିକ ବିବାଦ କାରଣରୁ ବାପା ଜଗନ୍ନାଥ କାର୍ଜି ପୁଅ କେଶବ କାର୍ଜିଙ୍କୁ ଏକ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବାପା ଏକୁଟିଆ ରାତିରେ ଶୋଇ ଥିବା ବେଳେ ଏହି ଘଟଣା ଘଟିଥିବା ନେଲେ ସକାଳେ ମା ଓ ଝିଅ ଜାଣିଥିଲେ । ହତ୍ୟା ପରେ ଅଭିଯୁକ୍ତ ପୁଅ ଫେରାର ଥିବା ବେଳେ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି । ପୋଲିସ ଜଗନ୍ନାଥଙ୍କ ମୃତ ଦେହକୁ ଘର ଭିତରୁ ଜବତ କରିଛି । ବାପା ପୁଅ ମଧ୍ୟରେ କଳହ କାରଣରୁ କିଛି ମାସ ହେଲା ପରସ୍ପର ମଧ୍ୟରେ ବିବାଦ ରହିଥିଲା । ତେଣୁ କଳହ କାରଣରୁ ପୁଅ ବାପାକୁ ପଥରରେ ଛେଚି ହତ୍ୟା କରିଥିବା ସନ୍ଧେହ କରାଯାଉଥିବା ବେଳେ ତଦନ୍ତ ପରେ କେଉଁ କାରଣରୁ ଜଗନ୍ନାଥକୁ ହତ୍ୟା କରାଯାଇଛି ଜଣାପଡିବ ବୋଲି ଏସ୍ଡିପିଓ କହିଛନ୍ତି ।


