ଫୁଲବାଣୀ ତହସିଲର ଅଜବ ନୀତି;ଆଗରେ ସରକାରୀ ନାଲି ବୋର୍ଡ, ପଛରେ ଜବରଦଖଲ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଏବେ ସରକାରୀ ଜମିକୁ ଜବର ଦଖଲକାରୀଙ୍କୁ ସଂଖ୍ୟା ବଢିବାରେ ଲାଗିଛି । ସହରର ବିଭିନ୍ନ ଯାଗାରେ ଲୋକଙ୍କର ଜବର ଦଖଲ ଚାଲିଛି । ତାହାବି ଖୋଲାଖୋଲି ଭାବରେ ଦିନ ଜମି ମାଫିଆମାନେ ଲକ୍ଷଲକ୍ଷ ଟଙ୍କାରେ ବିକି୍ର କରି ସେହି ଯାଗାରେ କିଣିଥିବା ଲୋକେ ଘର କରୁଥିବା ନେଇ ଅଭିଯୋଗ ହେବାପରେ ଜିଲ୍ଲା ପ୍ରଶାସନ ତରଫରୁ ସେଠାରେ ନାଲି ବୋଡର୍ରେ ଏହି ଯାଗା ସରକାରଙ୍କର ଏବଂ ଏଠାରେ ପ୍ରବେଶ ଦଣ୍ଡନୀୟ ବୋଲି ଫଳକ ଲଗାଯାଇଛି ।ହେଲେ ସେଠାରେ ଥିବା ଫଳକ ରହିଛି ତା ବାଟରେ ତାର ପଛପଟରେ ଜବରଦଖଲକାରୀ ମାନେ ସୁଦୃଶ୍ୟ ଘର ତିଆରି କରି ସେଠାରେ ନିଜେ ରହିବା ସହିତ ସେଠାରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନକୁ ଓ ବ୍ୟକ୍ତିଗତ କାର୍ଯ୍ୟାଳୟକୁ ଭାଡା ଦେଇଥିବା ଦେଖିବାକୁ ମିଳୁଛି । ସେଥିପାଇଁ ସାଧାରଣରେ ଜିଲ୍ଲା ପ୍ରଶାସନର ଦାୟୀତ୍ୱ ବୋଧ ଉପରେ ନାନା ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।ଏହିପରି ସ୍ଥଳେ ଜମି ମାଫିଆମାନଙ୍କର ମନମୁଖ୍ୟ କାର୍ଯ୍ୟକଳାପ ଯୋଗୁଁ ସରକାରଙ୍କର ଯାଗାରୁ ଆସିବାକୁ ଥିବା ରେଭିନ୍ୟୁ ରାଜକୋଷକୁ ଅସୁନଥିବାବେଳେ ଏହି ଭଳି ଜମି ମାଫିଆଙ୍କର ଖୋଲାଖୋଲି ଭାବରେ ସରକାରୀ ଯାଗାକୁ ଜବର ଦଖଲ କରି ସେଥିରୁ ଲକ୍ଷଲକ୍ଷ ଟଙ୍କାର କଳାଧନ ରୋଜଗାର କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଏହି ଜମି ମାଫିଆ ମାନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଗକୁ ଏଥିରେ ଧିରେଧିରେ ଅପରାଧିକ ଘଟଣା ହେବାର ଆଶଙ୍କା ରହିଛି ବୋଲି ବୁଦ୍ଧୀଜୀବି ମହଲରେ ଆଲୋଚନା ହେବାରେ ଲାଗିଛି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ସେଠାରେ ଲଗାଇଥିବା ନାଲି ଫଳକର କୌଣସି ଗୁରତ୍ୱ ନଥିବା ମନେ ହେଉଛି । ତେଣୁ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ସହିତ ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ