ଭଞ୍ଜନଗର ରେ ମିଳିତ ଅବକାରୀ ଚଢ଼ାଉ ୧୦ ଗିରଫ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଅବକାରୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର ଭତ୍ରା ନିର୍ଦେଶ କ୍ରମେ ଗଞ୍ଜାମ ଅବକାରୀ ଉପ ଅଧୀକ୍ଷକ ଶ୍ରୀ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଗାଁ,ଉଡୁ଼ରା,ବେଲଗୁଣ୍ଠା,ଇନ୍ଦ୍ରଗଡ ପ୍ରଭୃତି ଅଞ୍ଚଳରେ ଚଢ଼ାଉ କରାଯାଇ ମୋଟ ୮୭୨ ଲିଟର ଦେଶୀ ହାତ ରନ୍ଧା ମହୁଲି ମଦ ଏବଂ ୩୪୪୪ କେଜି ଗୁଡା ମିଶ୍ରିତ ପୋଚ ଜବତ କରାଯାଇଛି | ଏହା ସହିତ ମଦ ପ୍ରସ୍ତୁତିରେ ବ୍ୟବହାର କରାଯାଇଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି | ଏହି ବେଆଇନ ମଦ ପ୍ରସ୍ତୁତି ଏବଂ ବିକ୍ରି ଅଭିଯୋଗରେ ମୋଟ ୧୩ ଗୋଟି କେସ ରୁଜୁ କରାଯାଇ ୧୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଆଜିର ଏହି ଚଢ଼ାଉରେ ବେଲଗୁଣ୍ଠା ତହସିଲଦାର,ମାଜିଷ୍ଟ୍ରେଡ଼ ଦାଇତ୍ୱ ନେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆସିକା ଅବକାରୀ ଇନ୍ସପେକ୍ଟର ଶ୍ରୀ ଧୀରେନ ବେହେରା,ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାଡ଼ ଛତ୍ରପୁର ଇନ୍ସପେକ୍ଟର ଶ୍ରୀମତୀ ପ୍ରିତିଧାରା ନାୟକ,ବୁଗୁଡ଼ା ଅବକାରୀ ଓ.ଆଇ.ସି ଶ୍ରୀ ପାର୍ଥସାରଥୀ ରାଉତ, ସବଇନ୍ସପେକ୍ଟର ଶ୍ରୀ ଦୁର୍ଯ୍ୟଧାନ ଦିଗଲ,ଏ.ଏସ.ଆଇ ମମତା କୁମାରୀ ଦାସ,ସ୍ମିତା ପଣ୍ଡା,ଏବଂ ଅନ୍ୟାନ୍ୟ ଅବକାରୀ କର୍ମଚାରି ଏବଂ ବେଲଗୁଣ୍ଠାର ଆଇ.ଇ.ଏସ ଭାଗନେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ