ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ରାଜ୍ୟର ସର୍ବବୃହତ୍ କଳାକାର ସଂଗଠନ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ”ମୁଁ ଏକା ନୁହଁ, ମୋ ସହିତ ମୋ ସଂଘ ଅଛି” କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଜିଲ୍ଲାର ଜନୈକ ସୁନାମଧନ୍ୟ ବର୍ଷୀୟାନ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଉଦୟ ନାଥ ମହାରଣାଙ୍କୁ ସୌଜନ୍ୟ ସାକ୍ଷାତ୍ କରାଯାଇଥିଲା । ସେ ଦୀର୍ଘ ଦିନ ଧରି ହୃଦ୍ ରୋଗ ଜନିତ ଅସ୍ତ୍ରୋପଚାର ପରେ ଟାଟା କଲୋନୀ ବଦପୁର ଗ୍ରାମ ବାସ ଭବନ ଠାରେ ଶଯ୍ୟାଶାୟୀ ରହିଛନ୍ତି । ସଂପ୍ରତି ସେ ସୁସ୍ଥ ହୋଇ ଆସୁଛନ୍ତି । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଡାକ୍ତର ତିରୁପତି ସାହୁ, ସଙ୍ଗୀତଜ୍ଞ ରମେଶ ଚନ୍ଦ୍ର ସ୍ୱାଇଁ, ଲୋକନାଟ୍ୟ ନିର୍ଦ୍ଦେଶକ ବନଜ କୁମାର ସାହୁ ପ୍ରମୁଖ ଶ୍ରୀ ମହାରଣାଙ୍କୁ ସାକ୍ଷାତ୍ କରି ସଂଘ ତରଫରୁ ସହାୟତା ଯୋଗାଇ ଦେଇଥିଲେ । କୌଣସି କଳାକାର ଏକୁଟିଆ କି ଅସହାୟ ନୁହନ୍ତି, ସଭିଙ୍କ ସୁଖଦୁଃଖରେ ସଂଘ ଉପସ୍ଥିତ ରହି ଯଥାସମ୍ଭବ ସେବା ଯୋଗାଇ ଦେବା ସହ ମନରେ ଆତ୍ମପ୍ରତ୍ୟୟ ଭରି ଦେବା ଏହି କାର୍ଯ୍ୟକ୍ରମରେ ମୂଳ ଉଦ୍ଦେଶ୍ୟ । ସଂଘର ଏଭଳି ପ୍ରୟାସ ନିମନ୍ତେ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ