ଚୋରା ମଦ କାରବାର ଅଭିଯୋଗରେ ଯୁବକ ଗିରଫ

ଯୋଡ଼ା,(ଯୁଗାବ୍ଦ ନୁ୍ୟଜ୍) : କେନ୍ଦୁଝର ଜିଲ୍ଲା ଯୋଡା ସହର ମଧ୍ୟରେ ଥିବା ଗାନ୍ଧି ଛକ ନିକଟରୁ ଚୋରା ମଦ କାରବାର ଅଭିଯୋଗରେ ଜଣେ ଯୁବକଙ୍କୁ ଯୋଡା ପୋଲିସ ରବିବାର ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଦିପୁ ହଟିଂର ଇରଫାନ ଖାନ୍ ନାମକ ଯୁବକ ମହୁଲିମଦ କାରବାର କରୁଥିବା ନେଇ ସ୍ଥାନୀୟ ଅଂଚଳରେ ଅଭିଯୋଗ ହୋଇଆସୁଥିଲା ପୋଲିସ ତରଫରୁ ଶନିବାର ବିଳମ୍ବିତ ରାତିରେ ତାଙ୍କ ଘରେ ଚଢାଉ କରି ୫୦ ଲିଟର ମହୁଲିମଦ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରଛି । ଏନଇ ଥାନା କେସ ନଂ ୧୩୭/୧୯ରେ ଏକ ମ ।ମଲା ରୁଜୁ କରି କୋର୍ଟଚାଲାଣ କରିଛି । ତେବେ ଅଭିଯୁକ୍ତ ଇରଫାନ୍ ଓରଫ ଗୁଲୁଆ ଙ୍କ ନାମରେ ଯୋଡା ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ