ବିଜେପିର ସେବା ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପି ପକ୍ଷରୁ ଆରମ୍ବ ହୋଇଛି ସେବା ସପ୍ତାହ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସେବ ସପ୍ତାହ ପାଳନ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ରାମ ନଗର ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଓ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ନରେନ୍ଦ୍ର ମୋଦିଙ୍କ ସରକାରରେ ହେଉଥିବା ବିଭିନ୍ନ ଜନହିତକର ଯୋଜନା ନେଇ ଆଲୋଚନା କରାଯାଇଥିଲା । ବେଲ,ଅଳାଁ,ଡାଳିମ୍ବ,ନିମ୍ବ ଭଳି ବିଭିନ୍ନ କିସମର  ଚାରା ମନ୍ଦିର ଚର୍ତୁପାଶ୍ୱରେ ରୋପଣ କରାଯାଇଥିଲା । ଏହି ଅବସରରେ କମାପଲ୍ଲୀ ମଣ୍ଡଳ ସଭାପତି ସନ୍ତୋଷ ପାଣିଗ୍ରାହୀ,ଜିଲ୍ଲା ପ୍ରତିନିଧି ଶିବ ଶଙ୍କର ଅଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଶରତ କୁମାର ସାହୁ,ପ୍ରଭାତ ଷଡଙ୍ଗୀ,ମଦୋନ ମହୋନ ପାତ୍ର,ସିଦ୍ଧାନ୍ତ ଗଙ୍ଗଦେଓ,ସୁଭାଷିନୀ ପଟ୍ଟନାୟକ,ଏସ.ରାଣି,ରିତା ପଟ୍ଟନାୟକ,ରିଙ୍କି ପଟ୍ଟନାୟକ,ଶିବ ନାୟକ,ସନ୍ତୋଷ ପାତ୍ର,ଅଭୟ ପଣ୍ଡା,ଅର୍ଜୁନ ଜେନା,ସୁମନ୍ତ ସାହୁ,ଦେବୀ ସାହୁ,ପ୍ରବେଶ ଚୌଧୂରୀ,ଏସ.ଶ୍ରୀନିବାସ ରାଓ,କୃଷ୍ଣ ସୁବୁଦ୍ଧି,ବାଳକୃଷ୍ଣ ସାମନ୍ତରା,ଶକ୍ତି ପାଢି ,ପିଂଟୁ ସାହୁ,ଦଣ୍ଡପାତ୍ର,ସନା ପାତ୍ର,ଭିିକି ପାତ୍ର,କୋକୋ ପାଢି,କିରଣ କୁମାର ସାହୁ,ମଧୂ ସୂଦନ ସାହୁ,ଜଗଦିଶ ପ୍ରଧାନ,ଶୁଶିଳା ମଲ୍ଲିକ,ଦେବୀ ପ୍ରସାଦ ପାଢୀ,ଗଣେଷ ପାଣିଗ୍ରାହୀଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ