ବଡ଼ ଦୁର୍ଘଟଣା ରୁ ବର୍ତ୍ତିଲା ତେଲ ବୋଝେଇ ଟ୍ୟାଙ୍କର ରେଳଗାଡ଼ି
କଟକ, (ଦୀପକ୍ କୁମାର ବେଉରା):କଟକ ଶିଖରପୁର ଠାରେ ବଡ଼ ଦୁର୍ଘଟଣା ରୁ ବର୍ତ୍ତିଲା ତେଲ ଟ୍ୟାଙ୍କର ରେଳଗାଡି। ରେଲଗାଡି ର ଗୋଟିଏ ବଗିର ଚାରୋଟି ଚକା ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି। ଏହି ଖବର ପାଇବା ପରେ ଜିଆର୍ ପି ପୋଲିସ୍ ସମେତ ବିଭାଗୀୟ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ଟି କିପରି ଘଟିଲା ସେ ବିଷୟରେ ରେଳବିଭାଗର ଅଧିକାରୀ ମାନେ ଯାଞ୍ଚ କରୁଛନ୍ତି। ତେବେ ଏହି ଘଟଣା ପରେ କିଛି ସମୟ ପାଇଁ ଲେବଲ୍ କ୍ରସିଂ ବନ୍ଦ ରହିଥିବାବେଳେ ପରେ ସବୁ କିଛି ସ୍ୱ।ଭାବିକ ହୋଇଥିଲା।


