ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ, ରୋଗୀ ଓ ଛାତ୍ରଛାତ୍ରୀଙ୍କୁ ଫଳ ବଣ୍ଟନ
ଛତ୍ରପୁର,(ଦେବଦତ୍ତ ମହାରଣା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ କରାଯାଇଛି । ଗୁରୁବାର ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ରୋଗୀଙ୍କୁ ଓ ସମର୍ଥ ବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର କର ଙ୍କ ନେତୃତ୍ୱ ରେ ଫଳ ବଣ୍ଟନ କରାଯାଇଛି। ଏଥିରେ ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ସମ୍ପାଦକ ଅମରେଶ କୁମାର ମହାରଣା (ଚିଣ୍ଟୁ) , ଜିଲ୍ଲାପରିଷଦ ସଭ୍ୟା ରଶ୍ମିରେଖା ମହାପାତ୍ର , ଯୁବ ନେତା ରାଜେନ୍ଦ୍ର ପଲାଇ ( କଇରା ) ,ପାର୍ବତୀ ବେହେରା, ଡି ସୁରେଶ ରେଡ୍ଡୀ, ଛତ୍ରପୁର ମଣ୍ଡଳ ର ପୂର୍ଵତନ ସଭାପତି ତଥା ଆଇନଜୀବୀ ପ୍ରଦୀପ କୁମାର ପାଢୀ, ପି ତିରୁପତି ରାଓ, ଆସିଫ ଖାଁନ, ପୂର୍ଣ୍ଣ ଚନ୍ଦ୍ର ସେନାପତି , ଭିକାରିପଲି ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ଶ୍ରମିକ ନେତା ବିଜୟ କୁମାର ମୁଦୁଲି ଓ ବସନ୍ତ ମହାପାତ୍ର ଆଦି ଯୋଗୋଦାନ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି।