ଖତିୟାନ ଚୋରି ଘଟଣାରେ ୧ ଗିରଫ
ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ସୋମବାର ବନ୍ତ ଥାନା ଅଧିନ ଆପଣ୍ଡା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟରୁ ଖତିୟାନ ଚୋରି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଜଣକ ପରିଚୟ ଜଗବନ୍ଧୁ ଜେନା ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆପଣ୍ଡା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରୁ ଆପଣ୍ଡା ମୌଜାର ୨୭୨ନଂ ଖତିୟାନକୁ ସେହି ଗ୍ରାମର ଜଗବନ୍ଧୁ ଜେନା ଚୋରି କରି ଭଦ୍ରକ ସିଭିଲ ଜଜ୍ କୋର୍ଟ କେସ ନଂ-୨୭୨/୨୦୧୭ରେ ଦାଖଲ କରିଥିବା ନେଇ ଆପଣ୍ଡା ଗ୍ରାମର ଦେବଦତ୍ତା ମଧୁସ୍ମିତା ଜେନା ବନ୍ତ ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ । ଏଥିନେଇ ତହସିଲଦାର ମନୋରମା ଜାଲି ସୁପରଭାଜର ଅତୁଲ କୁମାର ଭୂୟାଁଙ୍କୁ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । ଉକ୍ତ ମୌଜାର ୨୭୨ ନଂ. ଖତିୟାନର ୩୧୦ ଓ ୩୧୧ନଂ.ପୃÂା ଚୋରି ହୋଇଥିବା ନେଇ ସୁପରଭାଇଜର ତଦନ୍ତ ରିପୋର୍ଟ ଦାଖଲ କରିଥିଲେ । ପରେ ତହସିଲଦାର ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ଆଇନଗତ କାର୍ଯ୍ୟାନୁÂାନ ନେଇ ଥାନାରେ ଏତଲା ଦେଇଥିଲେ । ଏଥିନେଇ ପୋଲିସ କେସ ନଂ-୯୭/୧୯ ମୂଳେ ଏକ ମାମଲା ରୁଜ୍ଜୁ କରି ଜଗବନ୍ଧୁ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।