କୁନି ପିଲାଙ୍କ ମୁଣ୍ଡର ସୁରକ୍ଷା କବଚ : ବ୍ୟାକ୍ପ୍ୟାକ୍

କୁନି ପିଲାଟି ବସିବା ଆରମ୍ଭ କଲେ ଅବା ଟଳମଳ ପାଦ ପକାଇ ଚାଲିବା ଆରମ୍ଭ କଲେ ମା’ବାପାଙ୍କୁ ବହୁତ ଖୁସି ଲାଗେ । ହେଲେ ଡର ଥାଏ ବସିବା ସମୟରେ ଓ କୁନି କୁନି ପାଦରେ ଚାଲୁ ଚାଲୁ କାଳେ ପଡ଼ିଯିବ । ଆଉ ମୁଣ୍ଡ ବାଜି ଆଘାତ ଲାଗିଯିବ । ଅଧିକାଂଶ ପିଲା ପଛପଟୁଆ ପଡ଼ିଥାଆନ୍ତି । ତେଣୁ ମୁଣ୍ଡର ପଛଭାଗରେ ଆଘାତ ଲାଗିବାର ଭୟ ଅଧିକ ଥାଏ । ମା’ବାପାଙ୍କର ଏହି ଭୟ ଦୂରକରିବା ଓ ପିଲାଙ୍କ କୁନି ମୁଣ୍ଡକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆସିଯାଇଛି ଏକ ସ୍ୱତନ୍ତ୍ର ଧରଣର ବ୍ୟାକ୍ପ୍ୟାକ୍ । ଏହାର ଡିଜାଇନ ପିଲାଙ୍କ ମୁଣ୍ଡକୁ ସୁରକ୍ଷା ପ୍ରଦାନ କରିବା ପାଇଁ ହୋଇଛି । ବ୍ୟାକ୍ପ୍ୟାକ୍ର ଉପର ଭାଗରେ ଗୋଲାକାର ରିଙ୍ଗ ଅଛି, ଯାହା ନରମ ଗଦି ପରି ହୋଇଥାଏ । ଏହି ବ୍ୟାକ୍ପ୍ୟାକ୍ର ଓଜନ ବହୁତ ହାଲୁକା(୧୦୦-୨୦୦ ଗ୍ରାମ) ଏବଂ ଏଥିରେ ଆଡଜଷ୍ଟେବଲ୍ ଷ୍ଟ୍ରାପ୍ ଥାଏ । ତେଣୁ ପିଲା ଏହାକୁ ବେଶ୍ ଆରାମରେ ପିନ୍ଧିପାରିବେ । ଆଉ ପଡ଼ିଗଲେ ମୁଣ୍ଡକୁ ଆଘାତ ଲାଗିବାର ଭୟ ବି ରହିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ