ସାଂସଦ ଭର୍ତ୍ତୃହରି ମହତାବଙ୍କ ବାଗଦାଦ ଯାତ୍ରା

ନୂଆଦିଲ୍ଲୀ- ଇରାକର ରାଜଧାନୀ ବାଗଦାଦରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ପାର୍ଲାମେଣ୍ଟାରୀ ଆସେମ୍ବ୍ଲିରେ ଯୋଗଦେବା ଲାଗି ଭାରତର ପାର୍ଲାମେଣ୍ଟ ପକ୍ଷରୁ କଟକ ଏମ୍.ପି ଶ୍ରୀ ଭର୍ତ୍ତୃହରି ମହତାବ ୩ତାରିଖ ଭୋର୍ରୁ ଦୁବାଇ ହୋଇ ବାଗଦାଦ ଯାତ୍ରା କରିଛନ୍ତି । ସେଠାରେ ଶ୍ରୀ ମହତାବ ତିନିଦିନ ଧରି ଆୟୋଜିତ ଏହି ସମ୍ମିଳନୀରେ ଯୋଗଦାନକରି ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ ଏବଂ ଶୁକ୍ରବାର (୬ତାରିଖ) ସଂଧ୍ୟାରେ ଦୁବାଇହୋଇ ଦିଲ୍ଲୀରେ ତା’ପରଦିନ ପହଞ୍ଚିବେ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ ସାଂସଦ ଶ୍ରୀ ମହତାବ ପୂର୍ବରୁ କ୍ରମାଗତଭାବେ ଏହି ଏସିଆନ ପାର୍ଲାମେଣ୍ଟାରୀ ଆସେମ୍ବ୍ଲି ସମ୍ମିଳନୀରେ ଭାରତକୁ ପ୍ରତିନିଧିତ୍ୱ କରିଆସୁଛନ୍ତି । ଗତବର୍ଷ ତୁର୍କୀର ରାଜଧାନୀ ଇସ୍ତାନବୁଲ୍ଠାରେ ଅନୁଷ୍ଠିତ ସମ୍ମିଳନୀରେ ସେ ଯୋଗଦାନ କରିଥିଲେ ଏବଂ ତା’ପୂର୍ବରୁ ୟୁନାଇଟେଡ୍ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବୀରେ ଅନୁଷ୍ଠିତ ସମ୍ମିଳନୀରେ ମଧ୍ୟ ଯୋଗଦେଇଥିଲେ । କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ପକ୍ଷରୁ ବିଭିନ୍ନ ମଞ୍ଚରେ ଉଠାଯାଉଥିବା କାରଣରୁ ଏଥରର ସମ୍ମିଳନୀରେ ଭାରତପକ୍ଷରୁ ଜୋରଦାର ବିରୋଧ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ