ଗଣେଷପୂଜା ସ୍ଥାନ ନିରୁପଣକୁ ନେଇ ଛୁରାମାଡ, ବାପା ଗିରଫ, ପୁଅ ଫେରାର

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍) : ଗଣେଷ ପୂଜା ସ୍ଥାନ ନିରୁପଣକୁ ନେଇ ଢ଼େଙ୍କା ଗ୍ରାମରେ ଦୁଇ ପରିବାର ମଧ୍ୟରେ ପାଟି୍ୁଣ୍ଡ ହେବାସହ ଛୁରା ମାଡ ହେବାରୁ ଜଣେ ଆହତ ହୋଇଥିଲେ । ଏନେଇ ସୋସୋ ଥାନାରେ ଅଭିଯୋଗ ହେବାପରେ ସୋସୋ ପୁଲିସ ବାପାକୁ ଗିରଫକରି କୋର୍ଟ ଚାଲାଣ କରିଥିବାବେଳେ ପୁଅ ଫେରାର ହୋଇଯାଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଢ଼େଙ୍କା ମହାଦେଇପୁର ରେ ଲକ୍ଷ୍ମୀଧର ମଲ୍ଲିକଙ୍କ ଘର ନିକଟରେ ଦୀର୍ଘବର୍ଷ ହେଲା ସାର୍ବଜନୀନ ଗଣେଷ ପୂଜା ହୋଇ ଆସୁଛି । ଚଳିତବର୍ଷ ବିଶ୍ୱନାଥ ମଲ୍ଲିକଙ୍କ ପୁଅ ସନ୍ଦିପ ମଲ୍ଲିକ ସେଠାରେ ପୂଜା ନକରି ଗାଁ ମନ୍ଦିର ନିକଟରେ ପୂଜା କରିବାକୁ କହିଥିଲା । ମାତ୍ର ଅନ୍ୟମାନେ ରାଜି ନହେବାରୁ ସନ୍ଦିପ ପୂଜା ଚାନ୍ଦା ଦେବାକୁ ମନା କରିଥିଲା । ଏହାକୁ ନେଇ ଲକ୍ଷ୍ମୀଧର ମଲ୍ଲିକଙ୍କ ପୁଅ ମନୋଜ ମଲ୍ଲିକ ଓ ସନ୍ଦିପ ମଲ୍ଲିକ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଓ ପରେ ମାଡପିଟ ହୋଇଥିଲା । ଏହି ସମୟରେ ସନ୍ଦିପ ଏକ ଛୁରୀରେ ମନୋଜର ପେଟକୁ ଭୁଷି ଦେବାରୁ ସେ ଆହତ ହୋଇଥିଲେ । ଏନେଇ ମନୋଜଙ୍କ ପରିବାର ପକ୍ଷରୁ ସୋସୋ ଥାନାରେ ଅଭିଯୋଗ ହେବାପରେ ୋସୋ ପୁଲିସ ଏକ ମାମଲା ରୁଜୁକରି ସନ୍ଦିପର ବାପା ବିଶ୍ୱନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସନ୍ଦିପ ଫେରାର ହୋଇଯାଇଥିବା ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ