ଭରଣ ପୋଷଣ ମାମଲା ; ୱାରେଣ୍ଟ ବଳରେ ସ୍ବାମୀ ଗଲେ ଜେଲ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ବ୍ରହ୍ମପୁର ସ୍ଥିତ ପରିବାର ଅଦାଲତ ପକ୍ଷରୁ ଜାରି କରାଯାଇଥିବା ୱାରେଣ୍ଟ ବଳରେ ଦିଗପହଣ୍ଡି ପୋଲିସ ସ୍ଥାନୀୟ ସାନବ୍ରାହ୍ମଣ ସାହିର ସତ୍ୟନାରାୟଣ ଦାସଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ସ୍ତ୍ରୀ ଙ୍କ ପକ୍ଷରୁ ପରିବାର ଅଦାଲତ ରେ ଦାଖଲ କରାଯାଇଥିବା ଭରଣପୋଷଣ ମାମଲା ରେ ସ୍ବାମୀ ଅନୁପସ୍ଥିତ ରହିବା ସହ କୋର୍ଟ ନିର୍ଦ୍ଦେଶ କୁ ଅବମାନନା କରିଥିବା ରୁ ତାଙ୍କ ବିରୋଧରେ ମାମଲା ନଂ. ସି ଆର ପି – ୨୪୫/୨୦୧୭ ଅନୁଯାୟୀ ୱାରେଣ୍ଟ ଜାରି କରାଯାଇଥିଲା।


