ଚୋରା ମଦଘାଟିରେ ଚଢ଼ାଉ ପୋଚ ନଷ୍ଟ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ପଶ୍ଚିମ-ଉତ୍ତର ଦିଗରେ ଥିବା ଜଙ୍ଗଲ ଅଞ୍ଚଳରେ ରବିବାର ଦିନ ସକାଳେ ଚୋରା ମଦରନ୍ଧା ଘାଟି କୁ ଚଢ଼ାଉ କରାଯାଇ ମଦ ତିଆରି ପାଇଁ ମାଟିରେ ପୋତି ରଖାଯାଇଥିବା ୨ ହଜାର ଲିଟର ପୋଚ ନଷ୍ଟ କରାଯିବା ସହ ରସ ଓ ପ୍ଲାଷ୍ଟିକ ଜାର ଜବତ କରାଯାଇଛି। ରବିବାର ସକାଳେ ବୁବୁଡ଼ା ଏଗଜିକିଉଟିଭ୍ ମାଜିଷ୍ଟ୍ରେଟ ତଥା ତହସିଲଦାର ସଂଗ୍ରାମ କେଶରୀ ଜେନା ଏବଂ ବୁଗୁଡା ଥାନା ସେକଣ୍ଡ ଅଫିସର ମନୋଜ କୁମାର ପ୍ରଧାନ ଓ କାର୍ତ୍ତିକ ନାୟକଙ୍କ ନେତୃତ୍ବରେ ପୋଲିସ ଫୋର୍ସ ମାଣିତରାର ପଶ୍ଚିମ-ଉତ୍ତର ଦିଗରେ ଥିବା ନାଳ ନିକଟ ଜଙ୍ଗଲ ଅଞ୍ଚଳରେ ଚୋରା ମଦ ରନ୍ଧା ଘାଟିକୁ ଚଢ଼ାଉ କରିଥିଲେ। ପୋଲିସ ଫୋର୍ସ ଆସିବା ଜାଣିପାରି ଚୋରା ମଦ ତିଆରି କରୁଥିବା ଆସାମୀମାନେ ଖସି ପଳାଇ ଥିବା ବେଳେ ସେଠାରେ ମାଟିରେ ପୋତାଯାଇ ମଦ ରାନ୍ଧିବା ପାଇଁ ଗଛିତ କରି ରଖାଯାଇଥିବା ପ୍ରାୟ ଦୁଇହଜାର ଲିଟର ପୋଚ ଜବତ କରି ନଷ୍ଟ କରାଯାଇଥିଲା। ଏଥିସହ ପୋଚ ଓ ମଦ ତିଆରି ପାଇଁ ବ୍ୟବହାର କରୁଥିବା ବଡ଼ ପ୍ଲାଷ୍ଟିକ ଜାର, ରସ ହଣ୍ଡା ଜବତ କରାଯାଇଛି। ବୁଗୁଡା ଅବକାରୀ ଥାନାରେ କର୍ମଚାରୀ ଅଭାବ ଓ ଅନ୍ୟ ଥାନାର ଅଫିସର ଦୀର୍ଘ ଦିନ ହେଲା ଦାୟିତ୍ୱରେ ଥିବା ଯୋଗୁଁ ଅବକାରୀ ବିଭାଗର ଉତ୍ତମ ଭାବେ ଦକ୍ଷତା ବିନିଯୋଗ ଅଭାବରୁ ବୁଗୁଡା ଅଞ୍ଚଳରେ ଚୋରା ମଦ ରନ୍ଧା ଏକ କୁଟୀର ଶିଳ୍ପରେ ପରିଣତ ହୋଇଯାଇଥିବା ଦେଖାଦେଇଛି। ଚୋରା ମଦ କାରବାର ଯୋଗୁଁ ମଧ୍ୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଭଙ୍ଗ ହେଉଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ