ଖଣ୍ଡା ଓ କାତି ଆକ୍ରମଣରେ ମହିଳାଙ୍କ ସମେତ ୭ ଆହତ

ବୁଗୁଡ଼ା,(ଅନିଲ କୁମାର ମହାରଣା) : ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମରେ ଖଣ୍ଡା ଓ କାତି ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୭ ଜଣ ଆହତ ହୋଇଥିବା ବେଳେ ୪ଜଣ ଗୁରୁତର ଥିବା ଜଣାପଡିଛି। ଆହତ ମାନେ ହେଲେ ଚିରିକିପଡା ଗ୍ରାମର ଗୋପବନ୍ଧୁ ବେହେରା, ପ୍ରଭାକର ବେହେରା, ସୁଜାତା ବେହେରା, କାଳିଆ ବେହେରା, ବିମ୍ବାଧର ବେହେରା, ଦିବାକର ବେହେରା ଓ ଗୋଲିଆ ଗ୍ରାମର ସୁନୀଲ ପଲେଇ l ସମସ୍ତ ଆହତ ବୁଗୁଡ଼ା ମେଡିକାଲରେ ଚିକିତ୍ସା ହୋଇଥିବା ବେଳେ ଗୁରୁତର ଥିବା ଗୋପବନ୍ଧୁ, ପ୍ରଭାକର, କାଳିଆ ଓ ସୁଜାତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ଖବର ପାଇ ବୁଗୁଡ଼ା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଏସଆଇ ମନୋଜ ପ୍ରଧାନ ମେଡିକାଲରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି l ଘଟଣାରୁ ଜଣା ପଡିଛି ଯେ ଆଶିଷ ବେହେରାଙ୍କ ଠାରୁ ଅଳିଅ ବିଶୋଇ ଟଙ୍କା ଧାର ନେଇଥିଲେ l ଆଶିଷ ଧାର ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଅଳିଅ କିଛି ସମର୍ଥକକୁ ନେଇ ଆଜି ସନ୍ଧ୍ୟାରେ ଆଶିଷର ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ପାଠ ଲେଖିବା ସୁଦ୍ଧା ବୁଗୁଡା ଥାନାରେ ଅଭିଯୋଗ ଦାଖଲ ହୋଇନଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ