ହାଟଡିହି ବ୍ଲକରେ ଦୁଇ ଦିନରେ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ହାଟଡିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି  ପୁଣି ତାହା ସବୁ ସ୍ଥାନୀୟ ସଂକ୍ରମଣ । ଏବେ ପ୍ରତିଗାଁରେ ଘରେଘରେ ଥଣ୍ଡା, ଜ୍ୱର ଲାଗି ରହୁଥିବାରୁ ଯଦି ରୋଗୀ ମାନଙ୍କ ସ୍ୱାବଟେଷ୍ଟ କରାଯାଏ ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଗତକାଲି ବ୍ଲକରେ ମୋଟ ୮ଜଣ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଅକରୁଆରୁ ଜଣେ, ବାଲିବରେଇରୁ ୪ଜଣ, ଜମ୍ଭୀରାରୁ ୨ଜଣ, ମରୈଗାଁରୁ ଜଣେ, ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮୮ରେ ପହଞ୍ଚିଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ