୫୦ କୋଟି ଟପିଲା ବଦଲା

ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଦଲା’ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଛି। ଦର୍ଶକମାନେ ଚଳଚ୍ଚିତ୍ରର କାହାଣୀକୁ ଖୁବ୍ ପସନ୍ଦ କରୁଥିବା ଜଣାପଡ଼ିଛି। ମାର୍ଚ୍ଚ ୮ ତାରଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଶନିବାର ସୁଦ୍ଧା ୪୮.୬୫ କୋଟି ଟଙ୍କା ଆୟ କରିଛି। ତେବେ ରବିବାର(୧୭ ମାର୍ଚ୍ଚ) ସୁଦ୍ଧା ଚଳଚ୍ଚିତ୍ର ୫୦ କୋଟି ପାର୍ କରିବ ବୋଲି ଟ୍ରେଡ଼୍ ଆନାଲିଷ୍ଟ ତରଣ ଆଦର୍ଶ ଆଶା ବ୍ୟକ୍ତ କରିଛନ୍ତି।
ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନ ଅର୍ଥାତ୍ ଶୁକ୍ରବାର ୫.୦୪ କୋଟି, ଶନିବାର ୮.୫୫ କୋଟି, ରବିବାର ୯.୬୧ କୋଟି, ସୋମବାର ୩.୭୫ କୋଟି ଟଙ୍କା ଆୟ କରିଛି। ସେହିପରି ମଙ୍ଗଳବାର ୩.୮୫ କୋଟି, ବୁଧବାର ୩.୫୫ କୋଟି ଓ ଗୁରୁବାର ୩.୬୫ କୋଟି ଟଙ୍କାର ବ୍ୟବସାୟ କରିଛି। ଶୁକ୍ରବାର ଚଳଚ୍ଚିତ୍ର ୩.୭୫ କୋଟି ଆୟ କରିଥିବା ବେଳେ ଶନିବାର ୬.୬୦ କୋଟି ଟଙ୍କା ଆୟ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ