ଅଶୋଧିତ ତୈଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପାରାଦ୍ୱୀପ ବନ୍ଦର ଡି.ସି.ଆଇ ଓ ଏନ୍‌.ଆର୍‌ଏଲ୍ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ପାରାଦ୍ୱୀପ,(ପୀତବାସ ପ୍ରଧାନ): ଡ୍ରେଜିଙ୍ଗରେ ଅବ୍ୟବହତ ସାମଗ୍ରୀକୁ ପୁନର୍ବାର ବ୍ୟବହାର ଯୋଗ୍ୟ କରିବା ପାଇଁ ମାନ୍ୟବର କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟା ବନ୍ଦର ଗୁଡିକୁ ସୂଚନା ଦେଇଥିଲେ । ତଦନୁଯାୟୀ ପ୍ରଥମଥର ଏହି ସାମଗ୍ରୀ ଗୁଡିକର ପୁନର୍ବାର ବ୍ୟବହାର ହେବ ନୁମାଲିଗଡ ରିଫାଇନାରୀ ଲିମିଟେଡର ପାରାଦ୍ୱୀପ ଠାରେ ପ୍ରତିଷ୍ଠା ହେବାକୁ ଯାଉଇଥିବା ଅଶୋଧିତ ତୈଳ ଭଣ୍ଡାରରେ । ବୁଧବାର ଦିନ ଏ ସମ୍ପର୍କରେ ଏକ ତ୍ରିପାକ୍ଷୀକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ପାରାଦ୍ୱୀପ ଠାରେ ଦୁଇଶହ ଏକର ପରିମିତ ଯାଗା ଉପରେ ଏନ୍‌ଆରଏଲ ଅଶୋଧିତ ତୈଳ ଆମଦାନୀ ଭଣ୍ଡାର ପ୍ରତିଷ୍ଠା କରିବ । ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ଉପସ୍ଥିତିରେ ପାରାଦ୍ୱୀପ ବନ୍ଦରରର ଉପସଂରକ୍ଷକ କ୍ୟାପଟେନ୍ ଏ.କେ.ମହାପାତ୍ର , ଡ୍ରେଜିଙ୍ଗ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଡିସିଆଇ) ର ମୁଖ୍ୟ ମହାପ୍ରବନ୍ଧକ କ୍ୟାପ୍‌ଟେନ୍ ଏସ୍‌.ଦିବାକର, ଏନ୍‌ଆରଏଲ୍‌ର ଉପ ମହା ପ୍ରବନ୍ଧକ (ପାଇପଲାଇନ୍‌) ଏଜେ ଫୁକନ, ଏନ୍‌ଆର.ଏଲ୍ ର ପରିଚାଳନା ନିର୍ଦ୍ଦେଶକ ଏସ୍‌.କେ.ବରୁଆ ଓ ଡିସିଆଇ ର ପରିଚାଳନା ନିର୍ଦ୍ଦେଶକ ରାଜେଶ ତ୍ରିପାଠି ଉପସ୍ଥିତ ଥିଲେ । ନଭେମ୍ବର ମାସ ମଧ୍ୟ ଭାଗରେ ଡିସିଆଇ ଡ୍ରେଜିଙ୍ଗ କରି ୭ମାସ ମଧ୍ୟରେ କ୍ଷେତ୍ର ପ୍ରସ୍ତୁତ ହେବ । ପାଖାପାଖି ବାଇଶ ହଜାର କୋଟି ଟଙ୍କା ବ୍ୟୟ ହେବ ବୋଲି ପାରାଦ୍ୱୀପ ବନ୍ଦର ପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ