ମା କନକ ଦୂର୍ଗା ନାଟ୍ୟ ସଂସ୍ଥା ପକ୍ଷରୁ ଶୋକସଭା
ଗଞ୍ଜାମ,(ଓ୍ବାଇଏନ୍ଏସ୍):ଗଞ୍ଜାମ ସହର ମା କନକ ଦୁର୍ଗା ନାଟ୍ୟ ସଂସ୍ଥା, ପୁଇଁତୋଳା ତରଫରୁ ସାଂସ୍କୃତିକ ଭବନ ଠାରେ ମଞ୍ଚ ଅଭିନେତା ବିପିନ ବାରିକଙ୍କ ସଭାପତିତ୍ବ ରେ ଓଡ଼ିଶା ଯାତ୍ରା ଜଗତର ଭିକୁସେଠ ନାମରେ ପରିଚିତ ଖଳନାୟକ ମହେନ୍ଦ୍ର ଦାସ ଓ ସିନେ ଜଗତର ପ୍ରଖ୍ୟାତ ଅଭିନେତା ଅଜିତ ଦାସ ଙ୍କ ବିୟୋଗ ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂସ୍ଥା ର ପରିଚାଳକ ଗୌରୀ ଶଙ୍କର ବାରିକ, ସଭାପତି ନିଳାଞ୍ଚଳ ବାରିକ,ମଞ୍ଚ ନିର୍ଦ୍ଦେଶକ ତଥା ଆଡଭୋକେଟ ପଙ୍କଜ କୁମାର ବାରିକ, ପ୍ରମୁଖ ଉପସ୍ଥିତ ରହି ଏହି କଳାକାରଙ୍କ ବିୟୋଗ ରେ ଓଡ଼ିସା ଯାତ୍ରା ଓ ସିନେ ଜଗତରେ ଅପୁରଣୀୟ କ୍ଷତି ଦର୍ଶାଇ ,ସେମାନଙ୍କ ଶୋକ ସନ୍ତପ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ । ଏହି ଅବସରେ ଏକ ମିନିଟ ନିରବ ପ୍ରାଥନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦିଲ୍ଲୀପ ପଲାଇ,ଜୟ କୃଷ୍ଣ, ଅଜୟ, ସୁକାନ୍ତ, ଲକ୍ଷଣ, ବାବୁଲା,ଜିତୁ ପ୍ରମୁଖ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।


