କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ଏଆଇଟିୟୁସ ର ପ୍ରତିବାଦ ସଭା

ଗଂଜାମ,(ଓ୍ବାଇଏନ୍ଏସ୍):ଗଂଜାମ ସହର ଠାରେ କେନ୍ଦ୍ର ସରକାର ଙ୍କ କୃଷକ, ଶ୍ରମିକ , ଜନବିରୋଧୀ ନୀତିକୁ ବିରୋଧ କରି ଏଆଇଟିୟୁସ ତରଫରୁ  ବିକ୍ଷୋଭ କରାଯାଇଛି । ସର୍ବଭାରତୀୟ ପ୍ରତିବାଦ ଦିବସ ଅବସରରେ ବରିଷ୍ଠ ଶ୍ରମିକ ନେତା ବୃନ୍ଦାବନ ପଲେଇ ଙ୍କ ନେତୃତ୍ବରେ ଏହି ବିକ୍ଷୋଭ ରେ କେନ୍ଦ୍ରସରକାରଙ୍କ ଚାଷୀ ବିପଣନ ଆଇନ ସଂଶୋଧନ ପ୍ରତିହ୍ୟର କରିବା,ବିଦ୍ୟୁତ ଆଇନ ସଂଶୋଧନ ପ୍ରତ୍ୟାହାର କରିବା, କରୋନା ମୁକାବିଲା ରେ ବିଫଳ, ନିର୍ମାଣ ଶ୍ରମିକ ମାନଙ୍କ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା, ରାଷ୍ଟ୍ରୀୟ ସମ୍ପତି ବିକ୍ରି ବନ୍ଦ କରିବା , ଶ୍ରମ କାର୍ଡ ବାତିଲ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା, ଛଟେଇ ବନ୍ଦ କରି ନିଯୁକ୍ତି ପ୍ରଦାନ କରିବା ଦାବି ନେଇ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ ।ଏହି ପ୍ରତିବାଦରେ ଶ୍ରମିକ ନେତା ପୂର୍ଣ୍ଣ ଚନ୍ଦ୍ର ରଥ,ଡି.ଦଣ୍ଡପାଣି ପାତ୍ର, ରାମେଶ୍ୱର ନାୟକ, ସୁରେନ୍ଦ୍ର ମହାରଣା, ପୂର୍ଣ୍ଣ ଚନ୍ଦ୍ର ପଲେଇ,ବିପିନ ବାରିକ, ବିଦ୍ୟାଧର ବିଶ୍ୱାଳ, ହରିହର ବିଶ୍ୱାଳ, ବିଶ୍ୱନାଥ ବିଶ୍ୱାଳ, ପ୍ରମୁଖ ଙ୍କ ସମେତ ବହୁ ଶ୍ରମିକ ସାମିଲ ହୋଇଥିଲେ ।ଶ୍ରମିକ ନେତା ବୃନ୍ଦାବନ ପଲେଇ କେନ୍ଦ୍ରସରକାରଙ୍କ ଜନବିରୋଧୀ ମାରଣା ନୀତିକୁ ସାମାଲୋଚନା କରିବା ସହ ଆଗାମୀ ଦିନରେ ସଙ୍ଘଠନ ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ନିଜପ୍ରତିକ୍ରିୟା ରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ