କେନ୍ଦ୍ରାପଡା କଲେଜ ସାମାଜିକ ବିଜ୍ଞାନ ବିଭାଗରେ ଗୁରୁପୂଜନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମାଜବିଜ୍ଞାନ ବିଭାଗରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମାଜବିଜ୍ଞାନ ବିଭାଗ ସେମିନାର ହଲରେ ଅନୁଷ୍ଠିତ ଗୁରୁପୂଜନ ଉତ୍ସବରେ ବିଭାଗୀୟ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଯୋଗଦେଇ ଆମର ଐତିହ୍ୟ, ପରମ୍ପରା ଓ ସଂସ୍କୃତିରେ ଗୁରୁପୂଜନ ଏକ ଶ୍ରେଷ୍ଠ ପରମ୍ପରା ବୋଲି ମତବ୍ୟକ୍ତ କରି ଗୁରୁପୂଜନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର କିଭଳି ଉତ୍ତରୋତ୍ତୋର ଉନ୍ନତି ସାଧିତ ହୋଇଥାଏ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଫେସର ଡଃ. ତ୍ରିପାଠୀଙ୍କ ସମେତ ସମାଜବିଜ୍ଞାନ ବିଭାଗର ଅଧ୍ୟାପିକା ଡଃ.ସୁଷମା ଶତପଥୀ, ଡଃ.ସରୋଜିନୀ ମହାପାତ୍ର, ମଧୁସ୍ମିତା ସିଂ, ମୀନତି କାଣ୍ଡି, ଅନ୍ୱେଶା ମହାଭୋଇ, ସାଇନାଜ ଖାତୁନ ପ୍ରମୁଖଙ୍କୁ ବିଭାଗର ଛାତ୍ରଛାତ୍ରୀମାନେ ଫୁଲ,ଚନ୍ଦନ ପ୍ରଭୃତିରେ ପୂଜା କରିବା ସହିତ ମିଷ୍ଟାନ୍ନ ପ୍ରଦାନ ପୂର୍ବକ ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଏହାପରେ ବିଭାଗୀୟ ମୁଖ୍ୟ ତଥା କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ତ୍ରପାଠୀ କେକ କାଟିବା ପରେ ତାହା ସମସ୍ତ ଅଧ୍ୟାପକ,ଅଧ୍ୟାପିକାମାନଙ୍କୁ ପ୍ରଦାନ କରାଯାଇଥିଲା । ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରିର୍ବାଦ ଦେଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ